ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କୃଷକଙ୍କ ଆମଦାନୀକୁ ଦ୍ୱିଗୁଣା କରିବା ଲାଗି ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ମୋଦି ସରକାର ଏବେ ଦେଶରେ ୧୦ ହଜାର ୮ ଶହ ୪୫ ମୃତ୍ତିକା ପରୀକ୍ଷଣ ଲ୍ୟାବ ନିର୍ମାଣ କରିବେ । ଯାହାଦ୍ୱାରା କୃଷକମାନେ ନିଜ ଜମିର ସ୍ୱାସ୍ଥ୍ୟ ଅବସ୍ଥାକୁ ଦେଖି ଚାଷ କରିବେ । ଏଥିରେ ଖର୍ଚ୍ଚ କମ୍ ହେବ ଏବଂ ଫସଲ ବିଷାକ୍ତ ଯୁକ୍ତ ହେବ ନାହିଁ । ଏହାସହିତ ଉତ୍ପାଦନ ବୃଦ୍ଧି ହେବ । କୃଷକଙ୍କ ସଂଖ୍ୟାନୁଯାୟୀ ଏବେ ଲ୍ୟାବ ସଂଖ୍ୟା କମ୍ ରହିଛି । ଯେଉଁଥି ପାଇଁ କୃଷକମାନେ ଜାଣି ପାରୁ ନାହାନ୍ତି କି କେଉଁ ଚାଷରେ କେତେ ଖାଦ୍ୟ ପକାଇବେ । ସେଥିପାଇଁ ଏବେ ମୋଦି ସରକାର ଏଥିପ୍ରତି ଦେଇଛନ୍ତି ଏବଂ ମଣିଷ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଭଳି ମାଟିର ବି ପରୀକ୍ଷା କରିବେ ।
ଦେଶରେ ଏବେ ଛୋଟ ଓ ବଡ ହିସାବରେ ୭୯୪୯ ଲ୍ୟାବ ରହିଛି । ଇତିମଧ୍ୟରେ କେନ୍ଦ୍ରୀୟ କୃଷି ଏବଂ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି କି ୧୦,୮୪୫ ଟି ପ୍ରୟୋଗଶାଳା ମଞ୍ଜୁର କରାଯାଇଛି । ଯାହା ୨୦୦୯ ରୁ ୨୦୧୪ ମଧ୍ୟରେ ମଞ୍ଜୁର ହୋଇଥିବା ୧୭୧ ଲ୍ୟାବ ଠାରୁ ୬୩ ଗୁଣା ଅଧିକ ।
ସଏଲ ହେଲ୍ଥ କାର୍ଡ ସ୍କିମ୍ ୨୦୦୯ ରୁ ୨୦୧୪ ମଧ୍ୟରେ ୯୩.୯୨ କୋଟି ଟଙ୍କା ବଜେଟ୍ ରହିଥିଲା । ମାତ୍ର ୨୦୧୪ ରୁ ୨୦୨୦ ପର୍ଯ୍ୟନ୍ତ ବଜେଟ୍ ୧୧୨୨ କୋଟି ଟଙ୍କା କରାଯାଇଛି ।