ଭୁବନେଶ୍ୱର (ଏଟିଆର ବ୍ୟୁରୋ): ୨୦ବର୍ଷର ଶାସନ କାଳ ମଧ୍ୟରେ ଓଡିଶାରେ ଦାରିଦ୍ର୍ୟତା କମିଛି । ଓଡିଶାରେ ଅର୍ଥନୈତିକ ପ୍ରଗତି, ଦ୍ରାରିଦ୍ର୍ୟ ଦୂରିକରଣ ଓ ସାମାଜିକ ସୁରକ୍ଷା କ୍ଷେତ୍ରପ୍ରୋଜ୍ୟ ସରକାର ସବୁବେଳେ କାମ କରିଆସୁଛନ୍ତି । ରାଜ୍ୟ ସରକାର ସର୍ବଦା ଏକ ସ୍ଥିର ଏବଂ ସମ୍ବେଦନଶୀଳ ଶାସନ, ଉତ୍ତମ ଆର୍ଥିକ ପରିଚାଳନା କ୍ଷେତ୍ରରେ କାମ କରି ଆସିବା ସହ ଓଡିଶାକୁ ପ୍ରଗତି କ୍ଷେତ୍ରରେ ଆଗକୁ ନେଇ ଆସୁଛନ୍ତି ବୋଲି ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।
ବିଧାନସଭାର ମୁଲତବୀ ଆଲୋଚନା ବେଳେ ଏହି ସୂଚନା ଦେବା ସହ ମନ୍ତ୍ରୀ କହିଛନ୍ତି ନୀତି ଆୟୋଗ ଦ୍ୱାର ଗଠିତ ତେନ୍ଦୁଲକର କମିଟିର ପଦ୍ଧତି ଅନୁଯାୟୀ ରାଜ୍ୟର ଦାରିଦ୍ର୍ୟ ଅନୁପାତ ୨୦୦୪-୦୫ରେ ୫୭.୨୦ ପ୍ରତିଶତ ଥିବା ବେଳେ ୨୦୧୧-୧୨ରେ ଏହା ୩୨.୫୯ ପ୍ରତିଶତକୁ ହ୍ରାସ ପାଇଛି । ରାଜ୍ୟରେ ଦାରିଦ୍ର୍ୟ ହ୍ରାସ ୨୪.୬୧ ପ୍ରତିଶତ ରହିଛି ଯାହାକି ଦେଶର ସମସ୍ତ ରାଜ୍ୟଗୁଡିକ ମଧ୍ୟରୁ ସର୍ବାଧିକ ଅଟେ । ସେହି ଅନୁଯାୟୀ ଦେଖିଲେ ରାଜ୍ୟରେ ୨୦୦୪-୦୫ବର୍ଷରେ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ସମୁଦାୟ ଜନସଂଖ୍ୟା ୨୨୧.୬୦ଲକ୍ଷ ଥିବା ବେଳେ ୨୦୧୧-୧୨ ବର୍ଷରେ ଏହା ୧୩୮.୫୩ଲକ୍ଷକୁ ହ୍ରାସ ପାଇଛି ।
ତେବେ ସେହି ସମୟ ମଧ୍ୟରେ ଦାରିଦ୍ର୍ୟ ସୀମା ରେଖା ତଳୁ ଉପରକୁ ଉଠିଥିବା ଲୋକଙ୍କ ସଂଖ୍ୟା ୮୩.୦୭ଲକ୍ଷ ରହିଛଇ । ରାଜ୍ୟରେ କେବଳ ଦାରିଦ୍ର୍ୟତା ହାସ୍ର ପାଉଛି ତାହାନୁହେଁ ରାଜ୍ୟରେ ମଧ୍ୟ କୃଷି ଉତ୍ପାଦନ ମଧ୍ୟ ବୃଦ୍ଧି ପାଉଛି । ରାଜ୍ୟ ସରକାରଙ୍କର ଜନକଲ୍ୟାଣ ଯୋଜନା ସାଙ୍ଗକୁ ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକକାର୍ଯ୍ୟ ଫଳରେ ରାଜ୍ୟରେ ଦାରିଦ୍ର୍ୟ ହ୍ରାସ ପାଉଛି ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା ସୂଚଦନା ଦେଇଛନ୍ତି ।