ନୂଆଦିଲ୍ଳୀ(ଏଟିଆର ବ୍ୟୁରୋ): କିଛି ଦିନ ତଳେ ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ଫ ନିଜକୁ ଫେସବୁକରେ ନମ୍ବର ୱାନ ବୋଲି କହି, ନିଜେ ନିଜକୁ ବିବାଦ ଘେରକୁ ଟାଣି ଆଣିଥିଲେ ।
ପ୍ରକୃତରେ ଦେଖିବାକୁ ଗଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଫଲୋଅରସ୍ ର ଅଧାବି ନୁହେଁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ଫଙ୍କ ଫଲୋଅରସ୍ । ତେଣୁ ସେ କେମିତି ନମ୍ବର ୱାନ ହେଲେ ବୋଲି ଲୋକମାନେ ତାଙ୍କୁ ସମାଲୋଚନା କରିବା ପରେ ଏବେ ସଫେଇ ରଖିଛନ୍ତି ଟ୍ରମ୍ଫ ।
ଟ୍ରମ୍ଫଙ୍କ କହିବା ଅନୁସାରେ ଭାରତର ଜନସଂଖ୍ୟା ଅଧିକ ଥିବାରୁ ମୋଦିଙ୍କ ଫେସବୁକରେ ଫଲୋଅରସ୍ ଅଧିକ ବଢୁଛି । ଟ୍ରମ୍ଫଙ୍କ କହିବା ଅନୁଯାଇ ଭାରରେ ୧.୫ଆରବ ଲୋକ ଏବଂ ଆମେରିକାରେ ମାତ୍ର ୭୦କୋଟି ଲୋକ ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନମ୍ବର ୱାନ ବୋଲି ସେ ସ୍ୱିକାର କରିଛନ୍ତି । ପ୍ରକୃତରେ ଭାରତର ଜନସଂଖ୍ୟା ୧.୩ଆରବ । ଫେସବୁକରେ ପ୍ରଧାନମନ୍ତ୍ରୀ ନମ୍ବର ୱାନ ହୋଇଥିବାରୁ ଆମେରିକାର ରାଷ୍ଟ୍ରପତି ମୋଦିଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ।
ତେବେ ଆସନ୍ତା ୨୪-୨୫ରେ ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ଫ ଭାରତ ଗ୍ରସ୍ତରେ ଆସୁଛନ୍ତି । ଏହି ଦୁଇ ଦିନିଆ ଭାରତ ଗ୍ରସ୍ତରେ ଟ୍ରମ୍ଫ ନୂଆଦିଲ୍ଲୀ ସମେତ ଅହମଦାବାଦ ଗ୍ରସ୍ତ କରିବେ ।