ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ଫ କେବଳ ନିଜ ପତ୍ନୀ ମେଲାନିଆ ଟ୍ରମ୍ଫଙ୍କ ସହିତ ଭାରତ ଆସୁନାହାନ୍ତି ବରଂ ଝିଅ, ଜ୍ୱାଇଁଙ୍କ ସହିତ ସପରିବାରେ ଭାରତ ଗସ୍ତରେ ଆସୁଛନ୍ତି ।
ଆଜି ହ୍ୱାଇଟ ହାଉସ ପକ୍ଷରୁ ଏପରି ଘୋଷଣା କରାଯାଇଛି । ରାଷ୍ଟ୍ରପତିଙ୍କ ସହିତ ମେଲାନିଆ ଟ୍ରମ୍ଫ ଓ ଝିଅ ଇଭାଙ୍କା ଟ୍ରମ୍ଫ ଓ ଜ୍ୱାଇଁ ଜାରେଡ୍ କୁଶନେର ମଧ୍ୟ ଭାରତ ଗସ୍ତରେ ଆସୁଥିବା ହ୍ୱାଇଟ୍ ହାଉସ ସ୍ପଷ୍ଟ କରିଛି ।
ରାଷ୍ଟ୍ରପତିଙ୍କ ସହିତ ଭାରତ ଆସିବାକୁ ଥିବା ଟିମରେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ରର୍ବଟ ଓ ବ୍ରେନ୍, ଫାଇନାନ୍ସ କମିଶନର ଷ୍ଟିଭ୍ ମୁନଚିନ, ବାଣିଜ୍ୟ କମିଶନର ଉଲବୁର୍ ରସ୍ ଏବଂ ଶକ୍ତି ସଚିବ ଡାନ୍ ବ୍ରୋଉଲିଟି ପ୍ରମୁଖ ରାଷ୍ଟ୍ରପତିଙ୍କ ସହିତ ଭାରତ ଆସୁଛନ୍ତି ।
ସୂଚନା ଅନୁସାରେ ଇଭାଙ୍କା ଟ୍ରମ୍ଫ ଓ ତାଙ୍କ ପତି ଜାରେଡ୍ କୁଶନେର ବର୍ତ୍ତମାନ ହ୍ୱାଇଟ୍ ହାଉସରେ ରାଷ୍ଟ୍ରପତି ଟ୍ରମ୍ଫଙ୍କ ବରିଷ୍ଠ ପରାମର୍ଶଦାତା ଭାବେ ନିଯୁକ୍ତ ଅଛନ୍ତି ।