ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଭାଇରସ ଏବେ ଦକ୍ଷିଣ କୋରିଆରେ ତାର କାୟା ବିସ୍ତାର ଆରମ୍ଭ କରି ଦେଇଛି । ଚୀନରେ କରୋନା ଭାଇରସ ତାର ତାଣ୍ଡବ ଦେଖାଇ ଚାଲିଥିବା ବେଳେ ଏବେ ଦକ୍ଷୀଣ କୋରିଆରେ କରୋନା ଆତଙ୍କ ଖେଳାଉଛି । ସୂଚନା ଅନୁସାରେ ଏବେ କରୋନାରେ ଦକ୍ଷୀଣ କୋରିଆରେ ୩୦୦ ଲୋକଙ୍କର ମୃତ୍ୟୁ ହୋଇ ସାରିଲାଣି । ଦେଶର ଦକ୍ଷୀଣରେ ଥିବା ସହର ଗୁଡିକରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି । ଆଜି କରୋନାରେ ଦକ୍ଷିଣ କୋରିଆରେ ୧୪୨ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିିଛି ।
ଅନ୍ୟପଟେ କରୋନାରେ ଏବେ ଚୀନରେ ମୃତ୍ୟୁ ସଂଖ୍ୟା ୨ ହଜାର ଟପି ଯାଇଛି । ଏବେ ଚୀନରେ ମୃତ୍ୟୁ ସଂଖ୍ୟା ୨୨୩୯ ଜଣଙ୍କର ମୃତ୍ୟୁ ହୋଇଛି । ଦକ୍ଷିଣ କୋରିଆ ସମେତ ଇରାନରେ ମଧ୍ୟ କରୋନା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଇରାନରେ ୧୮ ଜଣ ଏହି ରୋଗରେ ପୀଡିତ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉହାନ ପରେ ଏବେ ଚୀନର ରାଜଧାନୀ ବେଜିଂରେ ଏବେ ଭାଇରସ ସଂଖ୍ୟା ବଢିବାରେ ଲାଗିଛି ।