ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଉ ୪ଦିନ ପରେ ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ଫ ଭାରତ ଗସ୍ତରେ ଆସୁଛନ୍ତି । ଟ୍ରମ୍ଫ ନିଜର ପ୍ରଥମ ଭାରତ ଗସ୍ତ ପାଇଁ ବେଶ ଉତ୍ସାହିତ ଅଛନ୍ତି ବୋଲି ସେ ବାରମ୍ବାର ନିଜ ସୋସିଆଲ ମିଡିଆ ଦ୍ୱାରା ସେୟାର କହିଛନ୍ତି ।
କିଛି ଦିନ ହେବ ଭାରତ ଆସିବାକୁ ନେଇ ଟ୍ରମ୍ଫଙ୍କ ଭିନ୍ନ ଭିନ୍ନ ମତ ଚର୍ଚ୍ଚାରେ ଥିବା ବେଳେ ଟ୍ରମ୍ଫ ପୁଣି ଏକ ବଡ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଆମେରିକା ରାଷ୍ଟ୍ରପତିଙ୍କ କହିବା ଅନୁଯାଇ ଗତ କିଛି ବର୍ଷ ହେବ ଭାରତ ଆମେରିକାରୁ ଆମଦାନୀ ହେଉଥିବା ଦ୍ରବ୍ୟ ଉପରେ ଉଚ୍ଚ ଟ୍ୟାକ୍ସ ଲଗାଇ ଆସୁଛି । ଯାହା ଫଳରେ ଭାରତ ସିଧାସଳଖ ଭାବରେ ଆମେରିକୀୟ କାରବାର ଉପରେ ପ୍ରଭାବ ପକାଉଛି ।
ଟ୍ରମ୍ଫ ନିଜ ଭାରତ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଏହି ବାବଦରେ ଆଲୋଚନା କରିବେ ବୋଲି କହିଛନ୍ତି । ଆସନ୍ତା ୨୪-୨୫ ଦୁଇ ଦିନିଆ ଗସ୍ତରେ ଡୋନାଲଡ ଟ୍ରମ୍ଫ ଭାରତ ଆସୁଛନ୍ତି । ତେବେ ଏହି ଦୁଇ ଦିନରେ ଭାରତରେ ଆମେରିକୀୟ ଉତ୍ପାଦ ବଢାଇବାକୁ ଟ୍ରମ୍ଫ ମୋଦିଙ୍କ ସହିତ ସିଧାସଳଖ ଆଲୋଚନା କରିବେ । ଅନ୍ୟପଟରେ ଏହି ଦୁଇ ଦିନିଆ ଭାରତ ଗସ୍ତ ସମ୍ପୂର୍ଣ୍ଣ ଭାବରେ କରବାର ବୁଝାମଣା ମଧ୍ୟ ହୋଇପାରେ ବୋଲି ଟ୍ରମ୍ଫ ସଙ୍କେତ ଦେଇଛନ୍ତି ।