ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମକୁୂ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି । ଭିଡିଓ କନଫରେନ୍ସି ଜରିଆରେ ମୋଦି ସମ୍ବୋଧିତ କରିବେ । ସୂଚନାଯୋଗ୍ୟ ରାଜ୍ୟ ।ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ଏହି ଖେଳ ଓଡିଶାରେ ଆୟୋଜିତ ହୋଇଛି । ପୁରା ଦେଶରୁ ୧୫୦୦ ରୁ ଅଧିକ ଆଥଲେଟ ଏଥିରେ ଯୋଗଦେବେ । ଆଜି ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଖେଲୋ ଇଣ୍ଡିଆ ହେଉଛି ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ସର୍ବ ବୃହତ୍ତ କ୍ରୀଡା ଉତ୍ସବ । ଏହା ଓଡିଶାରେ ପ୍ରଥମ ଥର କରି ଅନୁଷ୍ଠିତ ହେବାକୁ ଯାଉଛି । କିଟ ବିଶ୍ୱ ବିଦ୍ୟାଳୟକୁ ଏହାର ଆୟୋଜନ ପାଇଁ ଦାୟିତ୍ୱ ଦିଆଯାଇଛି ।
ଆଜି ଏହାର ପ୍ରଥମ ସଂସ୍କରଣ କଟକ ଓ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି । ୯ ଦିନ ବ୍ୟାପି ଏହି କ୍ରୀଡା ଚାଲିବ । ମୋଟ ୧୭ ଟି ଇଭେଣ୍ଟ ଅନୁଷ୍ଠିତ ହେବ । ଏଥିରୁ ଆର୍ଚେରୀ, ଆଥଲେଟିକ୍ସ, ବକ୍ସିଂ, ଜୁଡୋ, ରେସିଲିଂ, ଭଲିବଲ, ରଗବୀ ଓ ହକି ଇତ୍ୟାଦି କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ବିଭିନ୍ନ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଆଥଲେଟିକ୍ସର ପ୍ରମୁଖ ଇଭେଣ୍ଟ ଗୁଡ଼ିକ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ । କଟକ ଓ ଭୁବନେଶ୍ୱର ଶହିଦନଗରସ୍ଥିତ ଇନଡୋର ଷ୍ଟାଡିୟମରେ ବ୍ୟାଡମିଣ୍ଟନ ଓ ଟେବୁଲ ଟେନିସ୍ ଖେଳାଯିବ