ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଧନିଆ ପତ୍ର ବ୍ୟବହାର କରାଯାଇଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ସୁସ୍ଥ ଶରୀର ପାଇଁ ଧନିଆ ପତ୍ର କେତେ ଜରୁରୀ । ଆଜ୍ଞା ହଁ ଶରୀରକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ପ୍ରକାରର ପୋଷକ ତତ୍ୱର ଆବଶ୍ୟକତା ରହିଛି । ସେଥିମଧ୍ୟରୁ ଧନିଆ ପତ୍ର ଅନ୍ୟତମ । ଏହି ଧନିଆ ପତ୍ରକୁ ନିୟମିତ ସେବନ କରିବା ଦ୍ୱାରା ଶରୀରରୁ ଅନେକ ପ୍ରକାରର ରୋଗ ଦୂର ହୋଇଥାଏ । ଧନିଆ ପତ୍ରରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିବା ସହିତ ଆଣ୍ଟି ଇଂଫ୍ଲେମେଟ୍ରି ଗୁଣ ବି ପ୍ରଚୁର ପରିମାଣର ରହିଥାଏ । ଏହାଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ ।
ଧନିଆ ପତ୍ରରେ ଥିବା ଆଣ୍ଟିଅକ୍ସିଡେଣ୍ଟ ତତ୍ୱ ବ୍ଲଡ ସୁଗାର ମାତ୍ରାକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଯାହାଦ୍ୱାରା ମଧୁମେୟ ରୋଗ ପାଖ ମାଡି ନଥାଏ । ଏହାସହିତ ଶରୀର ସୁସ୍ଥ ରହିଥାଏ । ଏହାବ୍ୟତିତ ନିୟମିତ ଧନିଆ ପତ୍ର ସେବନ ଦ୍ୱାରା ହୃଦ ସମ୍ବନ୍ଧୀୟ ରୋଗ ଦୂର ହେବା ସହ ରକ୍ତ ସଂଚାଳନ ସଠିକ୍ ରୂପେ ହୋଇଥାଏ ।
ଧନିଆରେ ଆୟରନ ତତ୍ୱ ଭରପୁର ମାତ୍ରାରେ ରହିଥାଏ । ଯାହାଦ୍ୱାରା ଶରୀରରେ ରକ୍ତର ଅଭାବ ହୋଇନଥାଏ ଏବଂ ରକ୍ତ ଅଭାବରୁ ହେଉଥିବା ନିମୋନିଆ ରୋଗ ବି ଦୂର ହୋଇଥାଏ ।
ସେହିପରି ପ୍ରତିଦିନ ଧନିଆ ସେବନ ଦ୍ୱାରା ମସ୍ତିସ୍କ ସୁସ୍ଥ ରହିଥାଏ । ଏହାଦ୍ୱାରା ଅବସାଦ ଏବଂ ଚିନ୍ତନ ସମସ୍ୟା ଦୂର ହୋଇଥାଏ ।