ଭୁବନେଶ୍ୱର (ଏଟିଆର ବ୍ୟୁରୋ): କୁହାଯାଏ ଯଦି ବ୍ୟକ୍ତିଙ୍କର ଭଲ ସମୟ ଚାଲିଥିବ ତେବେ ତାଙ୍କୁ ଆଗକୁ ବଢିବାରେ କେହି ବି ରୋକି ପାରିବେ ନାହିଁ । ପ୍ରକୃତରେ ଏହା କେତେଦୂର ସତ, ତାହା ଆପଣଙ୍କ ସମୟ ହିଁ କହିବ । ତେଣିକି ସମୟ ଭଲ ଥାଉ ଅବା ଖରାପ, ଯଦି ଆପଣଙ୍କ ଘରେ ଘଣ୍ଟାକୁ ସଠିକ୍ କୋଣରେ ନଟାଙ୍ଗିଛନ୍ତି ତେବେ ଏହା ଆପଣଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ଆପଣଙ୍କ ଭଲ ସମୟ ବି ବିଗାଡି ଯାଇପାରେ ।
ବାସ୍ତୁଶାସ୍ତ୍ର ମୁତାବକ, ଘଣ୍ଟାକୁ ଘରର ସଠିକ୍ କୋଣରେ ଟାଙ୍ଗିବା ନିହାତି ଜରୁରୀ । ନଚେତ୍ ସେହି ଘଣ୍ଟା ଆପଣଙ୍କର ଘରର ସବୁ ଖୁସୀକୁ ବିଗାଡି ଦେଇପାରେ । ଅନେକ ସମୟରେ ଦେଖିବାକୁ ମିଳିଥାଏ କି ଲୋକେ ସେମାନଙ୍କର ଘରର ସୁନ୍ଦରତା ବଢାଇବା ପାଇଁ ଯେକୌଣସି କୋଣରେ ଘଣ୍ଟା ଲଗାଇବା ଦେଇଥାନ୍ତି । କିନ୍ତୁ ଏଭଳି କରିବା ଉଚିତ୍ ନୁହେଁ । ସର୍ବଦା ବାସ୍ତୁକୁ ଦୃଷ୍ଟିରେ ରଖି ସଠିକ୍ କୋଣରେ ଘଣ୍ଟା ଲଗାଇବା ଉଚିତ୍ ।
ଦକ୍ଷୀଣ ମୁଖା ହୋଇ ଯେକୌଣସି କାମ କରିବା ଅଶୁଭ ହୋଇଥାଏ । ସେଥିପାଇଁ ଘଣ୍ଟାକୁ କଦାପି ଦକ୍ଷୀଣ କାନ୍ଥରେ ଲଗାଇବା ଉଚିତ୍ ନୁହେଁ । କାରଣ ଦକ୍ଷୀଣ କୋଣକୁ ଯମରାଜଙ୍କ କୋଣ ବୋଲି କୁହାଯାଇଥାଏ ।
ଫେଙ୍ଗଶୁଇ ଅନୁଯାୟୀ, ଦକ୍ଷୀଣ କୋଣ କାନ୍ଥରେ ଘଣ୍ଟା ଲଗାଇବା ଦ୍ୱାରା ଅନେକ ସମସ୍ୟା ଉପୁଜି ଥାଏ । ଏହାଦ୍ୱାରା ଚାକିରୀ ଉପରେ ବି ପ୍ରଭାବ ପଡିଥାଏ । । ଦକ୍ଷୀଣ କୋଣରୁ ନକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । ସେଥିପାଇଁ ଦକ୍ଷୀଣ କୋଣକୁ ବାଦ୍ ଦେଲେ ଅନ୍ୟ କୋଣରେ ଆପଣ ଘଣ୍ଟା ଟାଙ୍ଗି ପାରିବେ ।
ଏହାବ୍ୟତିତ ଘରର କୌଣସି କବାଟରେ ଘଣ୍ଟା ଟାଙ୍ଗିବା ଉଚିତ୍ ନୁହେଁ । ସେହିପରି ଘରର ମୁଖ୍ୟଦ୍ୱାରର ଉପର କାନ୍ଥରେ ବି କଦାପି ଘଣ୍ଟା ଲଗେଇବା ଉଚିତ୍ ନୁହେଁ । ଏହାଦ୍ୱାରା ପରିବାରରେ କ୍ଲେଶ ବଢିଥାଏ ।
ଘରର କାନ୍ଥରେ ଟଙ୍ଗା ଯାଇଥିବା ଘଣ୍ଟା ଯଦି ଚାଲୁନଥାଏ କିମ୍ବା ବନ୍ଦ ପଡିଥାଏ, ତେବେ ତୁରନ୍ତ ସେହି ଘଣ୍ଟାକୁ ତିଆରି କରନ୍ତୁ ନହଲେ ବାହାର କରିଦିଅନ୍ତୁ । ଏହା ଆପଣଙ୍କ ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ ।