ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆସନ୍ତାକାଲି ୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ । ଏଥିପାଇଁ ସରକାରଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଓ ଯାଞ୍ଚ କଡାକଡି କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏକ ଟ୍ୱିଟ କରି ସ୍ୱାଗତ ବାର୍ତ୍ତା ଦେଇଛନ୍ତି । ମୋଦି ଲେଖିଛନ୍ତି ଭାରତ ମେଲାନିଆ ଟ୍ରମ୍ପ ଓ ଡୋନାଲ୍ଡ ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ଭାରତ ପ୍ରସ୍ତୁତ ହୋଇ ରହିଛି ।
India looks forward to welcoming @POTUS @realDonaldTrump.
It is an honour that he will be with us tomorrow, starting with the historic programme in Ahmedabad! https://t.co/fAVx9OUu1j
— Narendra Modi (@narendramodi) February 23, 2020
ସୂଚନାଯୋଗ୍ୟ ଦେଶରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଟ୍ରମ୍ପଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୀମାରେ ମଧ୍ୟ ହାଇ ଆର୍ଲଟ ଜାରି କରିଛି ଭାରତ । ସୀମାରେ ଆଗ ଅପେକ୍ଷା ଅଧିକ ସୈନ୍ୟ ମୁତୟନ କରାଯାଇଛି । ୨୪ ତାରିଖରେ ଟ୍ରମ୍ପ ଅହମ୍ମଦାବାଦ ଓ ତାଜମହଲ ଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ୨୫ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଟ୍ରମ୍ପ ରହିବାକୁ ଥିବା ଆଇଟିସି ମୌର୍ୟ୍ୟ ହୋଟେଲରେ କିଭଳି ଭାବେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଛି । ହୋଟେଲର ଆଖ ପାଖ ଅଞ୍ଚଳରେ ଥିବା ରାସ୍ତା ଏବଂ ବଡ଼ ବଡ଼ କୋଠାରେ ସୁରକ୍ଷା ପାଇଁ ସାର୍ପ ସୁଟର, କାଇଟ୍ କ୍ୟାଚର, ଏଲିଟ୍ ସ୍ବାଟ୍ କମାଣ୍ଡୋ, ସ୍ନାଇପର ଏବଂ ପରାକ୍ରମ ଭ୍ୟାନକୁ ନିୟୋଜିତ କରାଯିବ ବୋଲି ସୂଚନା ମିଳିଛ