ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମାଲେସିଆର ପ୍ରଧାନମନ୍ତ୍ରୀ ମହାତିର ମୋହମ୍ମଦ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ମିଡିଆ ରିପୋର୍ଟ ମୁତାବକ, ମହାତିର ତାଙ୍କର ଇସ୍ତଫା ସେଠାକାର ରାଜାଙ୍କୁ ଦେଇଛନ୍ତି । ମହାତିର ମୋହମ୍ମଦ ୨୦୧୮ ମସିହା ମେ’ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ଭାର ସମ୍ଭାଳିଥିଲେ ।
ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ମାଲେସିଆରେ ରାଜନୈତିକ ଅସ୍ଥିରତା ଚାଲିଛି । ପ୍ରକୃତରେ ୨୦୧୮ ମସିହାରେ ମହାତିର ଏବଂ ଅନୱର ଇବ୍ରାହିମ ମିଳିତ ଭାବେ ସରକାର ଗଢିଥିଲେ । ସେହି ସମୟରେ କୁହାଯାଉଥିଲା କି ୯୪ ବର୍ଷିୟ ମହାତି କିଛି ବର୍ଷ ପରେ ଅନୱରଙ୍କୁ ତାଙ୍କ ଦାୟିତ୍ୱ ହସ୍ତାନ୍ତର କରିଦେବେ । ମାତ୍ର ରବିବାର ଦିନ ମହାତିରଙ୍କ ପାର୍ଟିକୁ ନେଇ ଠକାମୀର ଅଭିଯୋଗ ଆଣିଛନ୍ତି ଅନୱର । ସେ କହିଛନ୍ତି କି ମହାତିର ଧୋକା ଦେବା ସହ ୟୁନାଇଟେଡ ମଲାୟସ ନ୍ୟାସନାଲ ଅର୍ଗାନାଇଜେସନ୍ ସହିତ ହାତ ମିଶାଇଛନ୍ତି ।