ଅହମଦାବାଦ(ଏଟିଆର ବ୍ୟୁରୋ): ଆଜି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଭାରତ ଗସ୍ତରେ ଦୁଲୁକୁଛି ଅହମଦାବାଦର ମୋଟେରା ଷ୍ଟାଡିୟମ ।
ପ୍ରଥମେ ଗୁଜୁରାଟର ସାବରମତୀ ଆଶ୍ରମ ପରିଦର୍ଶନ କରିବା ପରେ ରାଷ୍ଟ୍ରପତି ଓ ଆମେରିକାର ପ୍ରଥମ ମହିଳା ମୋଟେରା ଷ୍ଟାଡିୟମ ଅଭିମୁଖେ ଯାତ୍ର କରିଥିଲେ ।
ଟ୍ରମ୍ଫଙ୍କୁ ମୋଟେରା ଷ୍ଟାଡିୟମ ଯିବା ରାସ୍ତାରେ ଲକ୍ଷ ଲକ୍ଷ ଲୋକ ରାସ୍ତାର ଦୁଇ ପାଶ୍ୱରୁ ବିପୁଳ ସ୍ୱାଗତ ମଧ୍ୟ ଜଣାଇଥିଲେ । ବିରାଟ ଜନ ସମୁଦ୍ର ପାର କରି ଷ୍ଟାଡିୟମରେ ପହଞ୍ଚିବା ମାତ୍ରେ ସେଠାରେ ଉପସ୍ଥିତ ଜନତାଙ୍କ ଭବ୍ୟ ସ୍ୱାଗତ ସହିତ ରାଷ୍ଟ୍ରପତି ଟ୍ରମ୍ଫ ଓ ତାଙ୍କ ପତ୍ନୀ ମେଲାନିୟା ଟ୍ରମ୍ଫ ମଞ୍ଚ ଉପରକୁ ଯାଇଥିଲେ ।
ନିଜର ପ୍ରଥମ ଭାରତ ଗସ୍ତରେ ଏତେ ଭଲପାଇବା ଓ ସମ୍ମାନକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି । ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ପ୍ରଶଂସାରେ ପୋତି ପକାଇଛନ୍ତି ଟ୍ରମ୍ଫ ।
ମୋଦୀ ୫ମାସ ତଳର ଆମେରିକାର ‘ହାଓଡି ମୋଦୀ’ କାର୍ଯକ୍ରମକୁ ମନେପକାଇ ନିଜ ଅବିଭାଷଣରେ, ‘ନମସ୍ତେ ଟ୍ରମ୍ଫ’ କାର୍ଯକ୍ରମରେ ଯୋଗଦେବା ପାଇଁ ଟ୍ରମ୍ଫଙ୍କୁ ଧନ୍ୟବାଦ ଜଣାଇବା ସହିତ ଆପଣଙ୍କୁ ବିଶ୍ୱର ସର୍ବ ବୃହତ ଗଣତନ୍ତ୍ରକୁ ସ୍ୱାଗତ ବୋଲି କହିଛନ୍ତି ।
‘ନମସ୍ତେ ଟ୍ରମ୍ଫ’ କାର୍ଯ୍ୟକ୍ରମ ପାଇଁ ଅହମଦାବାର ମୋଟେରା ଷ୍ଟାଡିୟମରେ ଭବ୍ୟ ଆୟୋଜନ କରାଯାଇଛି ।