ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିର୍ଭୟା ଦୋଷୀଙ୍କ ଫାସୀ ହେବାକୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି । ଏବେ ପୁଣି ଏକ କଥା ସାମ୍ନାକୁ ଆସିଛି । ଦୋଷୀଙ୍କୁ ଏକାସଙ୍ଗରେ ଫାସୀ ହେବ ନା ଅଲଗା ଅଲଗା ଭାବେ ଫାସୀ ଦିଆଯିବ, ଏହି ପିଟିସନ ଉପରେ ଶୁଣାଣି ମାର୍ଚ୍ଚ ୫ ତାରିଖକୁ ଘୁଞ୍ଚାଇଛନ୍ତି ସୁପ୍ରିମକୋର୍ଟ ।
ଏହାପରେ ପ୍ରଶ୍ନ ଉଠିଛି କି ସତରେ କଣ ମାର୍ଚ୍ଚ ୩ ତାରିଖରେ ନିର୍ଭୟା ଦୋଷୀଙ୍କୁ ଫାସୀ ହେବ । ସେପଟେ ସମସ୍ତ ଦୋଷୀଙ୍କର ଆଇନ ବିକଳ୍ପ ସମାପ୍ତ ହୋଇଗଲାଣି ।
ଏହି ମାମଲାରେ ଆଜି ସକାଳ ୧୦.୩୦ ରେ ଜଷ୍ଟିସ୍ ଆର ଭାନୁମତି, ଜଷ୍ଟିସ ଅଶୋକ ଭୂଷଣ ଏବଂ ଜଷ୍ଟିସ ଏ ଏସ ବୋପନ୍ନାଙ୍କ ଖଣ୍ଡପୀଠ ଦ୍ୱାରା ଶୁଣାଣି କରାଯାଇଛି । ଏନେଇ କୋର୍ଟ ପକ୍ଷରୁ ୪ ଦୋଷୀଙ୍କୁ ନୋଟିସ୍ ମଧ୍ୟ ଜାରି କରାଯାଇଛି ।
ଅପରପକ୍ଷେ କେନ୍ଦ୍ର ସରକାର ପକ୍ଷରୁ କୋର୍ଟକୁ ଅପିଲ କରାଯାଇଛି କି , ଯେଉଁ ଦୋଷୀଙ୍କର ଆଇନ ବିକଳ୍ପ ସମାପ୍ତ ହୋଇଯାଇଛି, ସେମାନଙ୍କୁ ଫାସୀ ଦିଆଯାଉ । ଏହାପୂର୍ବରୁ ହାଇକୋର୍ଟ ପକ୍ଷରୁ କୁହାଯାଇଥିଲା କି ୪ ଦୋଷୀଙ୍କୁ ଏକାସଙ୍ଗରେ ଫାସୀ ଖୁଣ୍ଟରେ ଝୁଲାଯିବ ।