ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପେଟରେ ଗ୍ୟାସ ଜନିତ ସମସ୍ୟା ଏବେ ଏକ ସାଧାରଣ ସମସ୍ୟା ପାଲଟିଛି । ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ରୋଗରେ ପୀଡିତ । ଆଧୁନିକ ଯୁଗ ସହ ମନୁଷ୍ୟ ଜୀବନ ଶୈଳୀରେ ମଧ୍ୟ ପ୍ରତ୍ୟେକ ଦିନ ଅନେକ ପରିବର୍ତ୍ତନ ହୋଇଥାଏ । ବର୍ତ୍ତମାନ ସମୟରେ ଛୋଟଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସଭିଁଙ୍କର ପ୍ରିୟ ଫାଷ୍ଟ ଫୁଡ । କିନ୍ତୁ ସବୁଠାରୁ ବଡ କଥା ହେଉଛି ଏହି ଫାଷ୍ଟ ଫୁଡ୍ ପାଇଁ ହିଁ ଗ୍ୟାସ୍ ସମସ୍ୟା ଉପୁଜୁଛି । ଏହା ବ୍ୟତିତ ଖାଦ୍ୟ ଓ ପାଣି ପିଇବାରେ ଆମେ ଯେଉଁ ଅନୀୟମିତତା ଦେଖାଇଥାଉ ସେଥିପାଇଁ ମଧ୍ୟ ଗ୍ୟାସ ସମସ୍ୟା ଦେଖାଯାଇଥାଏ । ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ ଡାକ୍ତରୀ ମେଡିସିନ ଗ୍ରହଣ କରିଥାଉ । କିନ୍ତୁ ବେଳେ ବେଳେ ଏହି ମେଡିସିନର ପ୍ରଭାବରେ ଆମକୁ ଅନ୍ୟ ଶାରିରୀକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ଆସନ୍ତୁ ଆଜି ଆମେ କିଛି ଘରୋଇ ଉପଚାର ସମ୍ପର୍କରେ ଜାଣିବା ଯାହା ଆମକୁ ଏହି ଗ୍ୟାସ ଜନିତ ସମସ୍ୟାରୁ ରକ୍ଷା କରିବ ।
ଯଦି ଆପଣ ଏହି ଗ୍ୟାସ ସମସ୍ୟାରେ ସବୁ ବେଳେ ପୀଡିତ ରହୁଛନ୍ତି ତେବେ ପ୍ରତିଦିନ ଆପଣ ଖାଲି ପେଟରେ ଏକ ଚାମଚ୍ ବେକିଂ ପାଉଡରେ ଲେମ୍ବୁ ରସ ମିଶାଇ ପିଅନ୍ତୁ । ଏହାକୁ ପିଇବା ଦ୍ୱାରା ଆପଣ କିଛି ମୁହୁର୍ତ୍ତ ମଧ୍ୟରେ ଗ୍ୟାସ ସମସ୍ୟାରୁ ମୁକ୍ତି ପାଇପାରିବେ । ସେହିଭଳି ହେଙ୍ଗୁ ମଧ୍ୟ ଗ୍ୟାସ ଜନିତ ସମସ୍ୟା ପାଇଁ ଅତ୍ୟନ୍ତ ଉପକାରୀ ଅଟେ । ଯଦି ଆପଣ ଗୋଟିଏ ଗ୍ଲାସ ନଖ ଉସୁମ ଗରମ ପାଣିରେ କିଛି ହେଙ୍ଗୁ ମିଶାଇ ପିଉଛନ୍ତି ତେବେ ଏହା ଆପଣଙ୍କର ଗ୍ୟାସ ଜନିତ ସମସ୍ୟାକୁ ଦୂର କରିବ । ତେବେ ଦିନକୁ ଦୁଇରୁ ତିନିଥର ହେଙ୍ଗୁ ସହ ଗରମ ପାଣି ପିଇବାକୁ ପଡିବ ।
ଗୋଲମରିଚ ଏପରି ଏକ ଜିନିଷ ଯାହା ସଭିଙ୍କ ଘରେ ଉପଲବ୍ଧ ଅଟେ । ଆୟୁର୍ବେଦରେ ମଧ୍ୟ ଗୋଲ ମରିଚର ବହୁଳ ବ୍ୟବହାର ଦେଖିବାକୁ ମିଳିଥାଏ । କାରଣ ଏଥିରେ ଅନେକ ଔଷଧୀୟ ଗୁଣ ଭରପୂର ହୋଇରହିଥାଏ । ତେବେ ଆପଣ ଯଦି ଗ୍ୟାସ ସମସ୍ୟାରେ ପୀଡିତ ଅଛନ୍ତି ତେବେ ଆପଣଙ୍କ ପାଇଁ ଗୋଲମରିଚଟି ଏକ ରାମବାଣ ସଦୃଶ । ଏହି ଗୋଲମରିଚ ଯେ କେବଳ ଗ୍ୟାସ ସମସ୍ୟାରେ ଦୂର କରିଥାଏ ତାହା ନୁହେଁ ଏହା ଅନେକ ରୋଗକୁ ଭଲ କରିଥାଏ । ଗ୍ୟାସ ସମସ୍ୟାରେ ପୀଡିତ ଥିବା ସମୟରେ ଆପଣ ଗୋଟିଏ ଗ୍ଲାସ କ୍ଷୀରରେ ଗୋଲମରିଚ ମିଶାଇ ପିଅନ୍ତୁ ଏହା ଆପଣଙ୍କୁ ନିଶ୍ଚୟ ଆରାମ ପହଞ୍ଚାଇବ ।
ଗ୍ୟାସ ହୋଇଥିବା ବେଳେ କିଛି ଅଦାକୁ ଭଲ ଘିଅରେ ଭାଜିକି ଖାଆନ୍ତୁ ଏଥିରୁ ଅନେକ ଫାଇଦା ମଧ୍ୟ ମିଳିଥାଏ । ଥଣ୍ଡା ପାଣିରେ ଭଜା ଜିରା ଏକ ଚାମଚ ଖାଆନ୍ତୁ ଏହା ଗ୍ୟାସ ସମସ୍ୟାରୁ ଆପଣକୁ ରକ୍ଷା କରିବ ।
ସେହିପରି ଏସିଡିଟି ହୋଇଥିବା ସମୟରେ ଏଥିରୁ ରକ୍ଷା ପାଇବା ପାଇଁ ଆପଣ କିଛି ମେଥିଦାନା ସହ ଗୁଡକୁ ପାଣିରେ ପକାଇ ଫୁଟାନ୍ତୁ । ଏହା ଭଲ ଭାବରେ ଫୁଟି ଗଲାପରେ ଏହି ପାଣିକୁ ଛାଣି ଏହାକୁ ପିଅନ୍ତୁ । ଏହା ପିଇବା ଫଳରେ ଆପଣ ଏସିଡିଟିରୁ ରକ୍ଷା ପାଇପାରିବେ ।