ସମ୍ବଲପୁର ( ଏଟିଆର ବ୍ୟୁରୋ): ଏବେ କରୋନା ଭାଇରସ ସାରା ବିଶ୍ୱରେ ତାର ଆତଙ୍କ ଖେଳାଇବା ଆରମ୍ଭ କରିଦେଇଛି । ତେବେ ପୁଣି ଓଡିଶାର ଜଣେ ବ୍ୟକ୍ତି ଏହି ମହାମାରୀ ଭାଇରସରେ ଅକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି । ଏଇ ନିକଟରେ କୋରିଆରୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ଠାରେ ଏହି ଭାଇରସର କିଛି ପ୍ରାଥମିକ ଲକ୍ଷଣ ଦେଖା ଦେଇଛି । ଯାହା ଫଳରେ ବ୍ୟକ୍ତି ଜଣଙ୍କୁ ସମ୍ବଲପୁର ବୁର୍ଲ୍ଲା ଭିମସାର ସ୍ୱତନ୍ତ୍ର ଆଇସିୟୁରେ ଭର୍ତ୍ତି କରାଯାଇଛି । ସେ କୋରିଆରୁ ଫେରିଥିବା ବେଳେ କୋଲକାତା ବିମାନ ବନ୍ଦରରେ ଚେକିଂ ସମୟରେ ତାଙ୍କ ନିକଟରେ କରୋନା ଭାଇରସର ଲକ୍ଷଣ ଦେଖା ଦେଇଥିଲା । ତାଙ୍କର କାଶ ଥଣ୍ଡା ଏବେ ଲାଗି ରହିଛି ।
ସେ ଗତ ୨୨ ତାରିଖରେ ଓଡିଶା ଫେରିଥିଲେ । ତାଙ୍କର ସାମ୍ପୁଲ ସଂଗ୍ରହ କରାଯାଇ ଆଜି ଭୁବନେଶ୍ୱର ପଠାଯିବ ବୋଲି ସୂଚନା ମିଳିଛି । ସନ୍ଦିଗ୍ଧ ବ୍ୟକ୍ତଙ୍କ ଘର ସୁନ୍ଦରଗଡ ବୋଲି ଜଣା ପଡିଛି । ସୂଚନାଯୋଗ୍ୟ ପୁର୍ବରୁ କଟକରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ଠାରେ ଏହି ଲକ୍ଷଣ ଦେଖା ଯାଇଥିଲା । ତାଙ୍କୁ କଟକ ଏସିବିରେ ଭର୍ତ୍ତି କରାଯାଇଥିଲା । ପରେ ବିଭିନ୍ନ ପରୀକ୍ଷା ନିରିକ୍ଷାରୁ ନେଗେଟିଭ ବୋଲି ଜଣା ପଡିଥିଲା । ତାଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଥିଲା ।ସୂଚନାଯୋଗ୍ୟ ଏବେ କରୋନାରେ ଚୀନ ସମେତ ୨ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇ ସାରିଲାଣି ।