ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭଗବାନ ଗଣେଶଙ୍କୁ ବିଘ୍ନହର୍ତା ବୋଲି କୁହାଯାଏ । ଯେଉଁ ବ୍ୟକ୍ତିଙ୍କ ଉପରେ ଗଣେଶ ଜୀଙ୍କ କୃପା ରହିଥାଏ ତାଙ୍କ ଜୀବନର ଆଗାମୀ ସମସ୍ତ ବାଧା-ବିଘ୍ନ ଦୂର ହୋଇଥାଏ । କୁହାଯାଏ କି ଭକ୍ତଙ୍କ ଉପରେ ଗଣେଶ ଭଗବାନ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ସେହିପରି ବିନାୟକ ଚତୁର୍ଥୀରେ କିଛି ସରଳ ଉପାୟ କରି ଆପଣ ଗଣେଶ ଭଗବାନଙ୍କୁ ମନେଇ ପାରିବେ । ସେହିଅନୁଯାୟୀ ଆସନ୍ତାକାଲି ମାନେ ଫେବୃଆରୀ ୨୭ ରେ ପଡୁଛି ବିନାୟକ ଚତୁର୍ଥୀ । ଏହି ଚତୁର୍ଥୀ ଅବସରରେ ଆପଣ କିଛି ଉପାୟମାନ କରିପାରିବେ…
ଦୁର୍ବ ଅର୍ପଣ କରିବା:- ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିବାର ସବୁଠାରୁ ସରଳ ଉପାୟ ହେଉଛି, ସକାଳୁ ସ୍ନାନ ସାରି ଗଣେଶ ଭଗବାନଙ୍କ ଠାରେ ୫ଟି ଦୁବ ଘାସ ଅର୍ପଣ କରନ୍ତୁ ।
ଶମି ବୃକ୍ଷକୁ ପୂଜା କରିବା:- ଶାସ୍ତ୍ର ଅନୁସାରେ ଶମି ବୃକ୍ଷକୁ ପୂଜିବା ଦ୍ୱାରା ଗଣେଣ ଭଗବାନ ପ୍ରସନ୍ନ ହୋଇଥାନ୍ତି । କୁହାଯାଏ କି ପ୍ରଭୁ ଶ୍ରୀରାମ ବି ରାବଣଙ୍କ ଠାରୁ ବିଜୟ ଲାଭ କରିବା ପାଇଁ ଶମି ବୃକ୍ଷ ପୂଜା କରିଥିଲେ । ଗଣେଶଙ୍କ ପ୍ରିୟ ହେଉଛି ଶମି ବୃକ୍ଷ । ସେଥିପାଇଁ ନିୟମିତ ଗଣେଶଙ୍କୁ ଶମି ପତ୍ର ଅର୍ପଣ କରନ୍ତୁ । ଏହାଦ୍ୱାରା ଘରେ ସୁଖ ଏବଂ ଧନ ବୃଦ୍ଧି ହେବ ।
ପବିତ୍ର ଚାଉଳ ଅର୍ପଣ କରନ୍ତୁ:- ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିବା ଲାଗି ପବିତ୍ର ଚାଉଳ ଅର୍ପଣ କରନ୍ତୁ । ଯେଉଁ ଚାଉଲ ବିଲକୁଲ୍ ଭାଙ୍ଗି ନଥିବ ତାକୁ ପବିତ୍ର ଚାଉଳ ବୋଲି କୁହାଯାଏ ।
ଗଣେଶଙ୍କୁ ଲାଲ ସିନ୍ଦୁରର ତିଳକ ଲଗାନ୍ତୁ:- ଲାଲ ରଙ୍ଗ ଗଣେଶ ଭଗବାନଙ୍କର ପ୍ରିୟ । ସେଥିପାଇଁ ଭଗବାନଙ୍କୁ ପ୍ରସନ୍ନ କରିବା ଲାଗି ଲାଲ ସିନ୍ଦୁରର ତିଳକ ଲଗାନ୍ତୁ । ଗଣେଣଙ୍କୁ ତିଳକ ଲଗାଇବା ପରେ ସେହି ତିଳକକୁ ନିଜ ମଥାରେ ଲଗାନ୍ତୁ । ଏହାଦ୍ୱାରା ଗଣେଶ ଭଗବାନଙ୍କ କୃପା ଲାଭ ହୋଇଥାଏ । ଏହାସହିତ ଆର୍ଥିକ ସଙ୍କଟ ଦୂର ହୋଇଥାଏ ।
ପ୍ରସାଦରେ ମୋଦକ ଚଢାନ୍ତୁ:- ମୋଦକ ଗଣେଶଙ୍କ ପ୍ରିୟ ପ୍ରସାଦ । ସେଥିପାଇଁ ବିନାୟକ ଚତୁର୍ଥି ଅବସରରେ ଗଣେଶଙ୍କୁ ମୋଦକ ଭୋଗ ଲଗାନ୍ତୁ ଏବଂ ତାଙ୍କର ଆର୍ଶିବାଦ ପ୍ରାପ୍ତ କରନ୍ତୁ ।