ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୁଇ ଦିନିଆ ଭାରତ ଗସ୍ତରେ ଆସି ନିଜ ଦେଶକୁ ଫେରିଯାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହାପରେ ଟ୍ରମ୍ପ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ଆମେରିକାର ଭାରତ ସହ ସମ୍ପର୍କ ଅସାଧାରଣ । ପ୍ରଥମ ଭାରତ ଗସ୍ତରେ ଦ୍ୱିପାକ୍ଷୀୟ ସମ୍ବନ୍ଧରେ ପୂର୍ବରୁ ଅଧିକ ପ୍ରଗତି ହୋଇଛି ।
ବୁଧବାର ଗଣମାଧ୍ୟମକୁ ସାକ୍ଷାତକରି ଟ୍ରମ୍ପ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ମହାନ ନେତା । ଭାରତ ଏକ ଅତୁଳନୀୟ ଦେଶ ।
ଦୁଇ ଦିନିଆ ଭାରତ ଗସ୍ତରେ ଟ୍ରମ୍ପ ଫେବୃଆରୀ ୨୪ ରେ ଅହମଦାବାଦରେ ପହଁଚିଥିଲେ । ତାଙ୍କ ସହିତ ଧର୍ମପତ୍ନୀ ମେଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା ଟ୍ରମ୍ପ, ଜ୍ୱାଇଁ ଜେରେଡ କୁଶନେର ଏବଂ ଶୀର୍ଷ ଅଧିକାରୀମାନେ ଆସିଥିଲେ । ଅହମଦାବାଦରେ ନମସ୍ତେ ଟ୍ରମ୍ପକୁ ସମ୍ବୋଧିତ କରିବା ପରେ ଆଗ୍ରା ଏବଂ ନୂଆଦିଲ୍ଲୀ ଗସ୍ତ କରିଥିଲେ ଟ୍ରମ୍ପ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷୀୟ ଆଲୋଚନା କରିଥିଲେ । ଏହାସହିତ ସେ ଦୁନିଆର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମରେ ଲକ୍ଷାଧିକ ଲୋକଙ୍କୁ ଚିଅରଅପ୍ କରିଥିଲେ ।