ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଜ୍ୟାକସନ ଓଭାଲ ଷ୍ଟାଡିୟମରେ ଖେଳା ଯାଉଥିବା ମହିଳା ବିଶ୍ୱକପରେ ପୁଣି ଜିତି ଯାଇଛି ଭାରତୀୟ ଦଳ । ଆଜିର ମ୍ୟାଚ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଉଥିଲା । ନ୍ୟୁଜିଲାଣ୍ଡ ଦଳ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୩୩ ରନ କରି ୮ଟି ୱିକେଟ ହରାଇଥିଲା । ଜବାବରେ ନ୍ୟୁଜିଲାଣ୍ଡ ଦଳ ନିର୍ଦ୍ଧାରିତ ଓଭରରେ ୧୨୯ ରନ କରି ୬ଟି ୱିକେଟ ହରାଇଥିଲା । ଫଳରେ ଭାରତୀୟ ମହିଳା ଦଳ ୪ ରନ ବ୍ୟବଧାନରେ ଏହି ମ୍ୟାଚ ଟିକୁ ଜିତି ଯାଇଛି ।
ଭାରତ ପକ୍ଷରୁ ଦିପ୍ତି ଶର୍ମା, ଶିକ୍ଷା ପାଣ୍ଡେ, ରାଜେଶ୍ୱରୀ, ପୁନମ ଯାଦବ, ରାଧର ଯାଦବ ଗୋଟିଏ ଲୋଖାଏଁ ୱିକେଟ ନେବାରେ ସଫଳ ହୋଇଛିନ୍ତି । ସେହି ଭଳି ନ୍ୟୁଜିଲାଣ୍ଡ ଦଳ ପକ୍ଷରୁ ଆମେଲିଆ କେରେ ସର୍ବାଧିକ ୩୪ ରନ କରି ଅପରାଜିତ ରହିଛନ୍ତି । ଭାରତୀୟ ମହିଳା ଦଳର ଏହି ମ୍ୟାଚକୁ ମିଶାଇ ଲଗାତାର ୩ଟି ମ୍ୟାଚ ଜିତି ସାରିଲାଣି ।