ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ଥିବା ଅସନ୍ତୋଷକୁ କମ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ଥର ପ୍ରସ୍ତାବ ଦେଇ ସାରିଛନ୍ତି । ମାତ୍ର ଟ୍ରମ୍ପଙ୍କ ପ୍ରସ୍ତାବକୁ ସବୁବେଳେ ଭାରତ ଖଣ୍ଡନ କରି ଆସିଛି । ଏବେ ଶୁଣିବାକୁ ମିଳୁଛି କି ଟ୍ରମ୍ପ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କହିଥିଲେ କି, ଆମେ ମଧ୍ୟସ୍ଥତା କରିବାକୁ ଚାହୁଁ ନାହୁଁ ବରଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଚାହୁଁଛନ୍ତି କି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରୁ । କିନ୍ତୁ ମୁଁ ଏଭଳି କରିବା ପାଇଁ ମନା କରି ଦେଇଛି ।
ମିଡିଆ ରିପୋର୍ଟ ମୁତାବକ, ଭାରତ ଭଲ ଭାବେ ଜାଣିଛି କି, ଆଫଗାନିସ୍ତାନରେ ନିଜର ଲକ୍ଷ୍ୟ ପୂରଣ କରିବା ପାଇଁ ଆମେରିକାକୁ ପାକିସ୍ତାନ ସାଥ୍ ନିହାତି ଆବଶ୍ୟକ ।
ଅନ୍ୟପଟେ ପାକିସ୍ତାନ ଉପରେ ନଜର ରଖିବା ପାଇଁ ଆମେରିକାକୁ କହିଛି ଭାରତ । ଭାରତ ପକ୍ଷରୁ କୁହାଯାଇଛି କି ଏଫଏଟିଏଫ ରେ ପାକିସ୍ତାନ ଉପରେ ଚାପ ପକାଯାଉ ଏବଂ ତାର ନିୟନ୍ତ୍ରଣ କ୍ଷେତ୍ରରେ ଆତଙ୍କବାଦୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ।