ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ତାଇୱାନର ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ପକ୍ଷରୁ ଏଚଟିସି ୱାଇଲ୍ଡଫାୟର ଆର୭୦ କୁ ଭାରତରେ ଲଞ୍ଚ କରାଯାଇଛି । ଗ୍ରାହକଙ୍କୁ ଏହି ସ୍ମାର୍ଟଫୋନ୍ ରେ ଏଚଡି ଡିସପ୍ଲେ, ଦମଦାର ପ୍ରୋସେସର ଏବଂ ଟ୍ରିପଲ କ୍ୟାମରୋ ସେଟଅପ୍ ମିଳିବ ।
ଏହାପୂର୍ବରୁ ଭାରତୀୟ ବଜାରେ ଅନେକ ଫୋନ୍ ଲଞ୍ଚ କରିଛି କମ୍ପାନୀ । ଯାହାକୁ ଗ୍ରାହକ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି । ଏବେ ପୁଣି ଏକ ଫୋନ୍ ଲଞ୍ଚ କରିଛି । ଯାହାର ଦାମ୍ କୁ ନେଇ ଏପର୍ଯ୍ୟନ୍ତ କମ୍ପାନୀ ପକ୍ଷରୁ ସ୍ପଷ୍ଟି କରଣ କରାଯାଇ ନାହିଁ । ତେବେ ଆସନ୍ତୁ ଜାଣିବା ଏଚଟିସି ୱାଇଲ୍ଡ ଫାୟର ଆର୭୦ ସ୍ପେସିଫିକେସନ୍ ବିଷୟରେ..
ଏହି ଫୋନ୍ ରେ ୬.୫୩ ଇଞ୍ଚର ଏଚଡି ଡିସପ୍ଲେ ରହିଛି । ଯାହାର ରିଜଲ୍ୟୁସନ୍ ୭୨୦ଞ୍ଚ୧୫୬୦ ପିକ୍ସଲ । ଏହାସହିତ ଏଥିରେ ସ୍କ୍ରିନ୍ ର ଆସପେକ୍ଟ ରେସିଓ ୧୯.୫:୯ ରହିଛି । ଏଥିରେ ଅକ୍ଟା-କୋର ମିଡିଆଟେକ ହିଲିୟୋ ପି୨୦ ଏବଂ ୨ ଜିବି ର୍ୟାମ, ୩୨ ଜିବି ଷ୍ଟୋରେଜ୍ ଦିଆଯାଇଛି । ସେହିପରି ଏହି ସ୍ମାର୍ଟଫୋନ୍ ଏଣ୍ଡ୍ରୋଏଡ ୯ ଅପରେଟିଙ୍ଗ ସିଷ୍ଟମରେ କାମ କରିବ ।
ଇ-କମର୍ସ ସାଇଟ୍ ରେ ବହୁତ ଶୀଘ୍ର ଏହି ଫୋନ୍ ର ବିକ୍ରି ଆରମ୍ଭ ହୋଇଯିବ । ଯେପରିକି ଫ୍ଲିପକାର୍ଟ, ଆମାଜନ ଏବଂ କମ୍ପାନୀର ଅଫିସିଆଲ ସାଇଟ୍ ରୁ ଏହି ଫୋନ୍ କୁ କିଣି ପାରିବେ ଗ୍ରାହକ । ଏହାସହିତ ଏହି ଫୋନ୍ ପାଇଁ ଗ୍ରାହକଙ୍କୁ ଆକର୍ଷଣୀୟ ଅଫର୍ ବି ମିଳିପାରେ ।