ଭୁବନେଶ୍ୱର(ଏଟିଆର ବ୍ୟୁରୋ):ସାଧାରଣତଃ ସମସ୍ତଙ୍କ ଘରେ ‘ଖୀର’ ଉପଲବ୍ଧ । ଏହାକୁ ବିଭିନ୍ନ ଖାଦ୍ୟରେ ବ୍ୟବହାର କରାଯାଇଥାଏ । ନଚେତ୍ ସୁସ୍ଥ ଶରୀର ପାଇଁ ଆପଣ ସିଧାସଳଖ ଖୀର ପିଇ ପାରିବେ । ଏହା ଆମ ଶରୀରକୁ ଅନେକ ଫାଇଦା ମଧ୍ୟ ଦେଇଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଖୀର ସହିତ କେଉଁ ଖାଦ୍ୟ ମିଶାଇ ଖାଇଲେ ଏହା ଶରୀରକୁ କ୍ଷତି ପହଞ୍ଚାଇବା ସହ ବିଷରେ ପରିଣତ ହୋଇଥାଏ । ତେବେ ଆସନ୍ତୁ ଜାଣିବା….
ମାଛ: ମାଛ ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳେ ଏବଂ ତ୍ୱଚାରେ ଚମକ ଦେଖାଦେଇ ଥାଏ । କିନ୍ତୁ ମାଛ ଖାଇବା ପରେ ବିଲକୁଲ ଖୀର ପିଅନ୍ତୁ ନାହିଁ । ଏହାଦ୍ୱାରା ଶରୀରରେ ଅନେକ ଧଳା ଧଳା ଦାଗ ଦେଖାଦେଇ ଥାଏ ।
ପିଆଜ: କଂଚା ପିଆଜ ଖାଇବା ପରେ କଦାପି ଖୀର ପିଅନ୍ତୁ ନାହିଁ । ଏହାଦ୍ୱାରା ଚର୍ମ ରୋଗ ହେବାର ଆଶଙ୍କା ଅଧିକ ଥାଏ ।
ଲେମ୍ବୁ: ଖୀର ପିଇଲା ପରେ କେବେ ଲେମ୍ବୁ ଖାଆନ୍ତୁ ନାହିଁ । ଶରୀରରେ ଖରାପ ପ୍ରଭାବ ପଡିଥାଏ ।
ଦହି: ଖୀରରୁ ପ୍ରସ୍ତୁତ ହୋଇଥାଏ ଦହି । କିନ୍ତୁ ଦହି ଖାଇବା ପରେ କଦାପି ଖୀର ପିଅନ୍ତୁ ନାହିଁ । ଏହାଦ୍ୱାରା ପେଟରେ ଗ୍ୟାସ ସମସ୍ୟା ଦେଖାଦେଇ ଥାଏ ।
ମୂଳା ଏବଂ ଜାମୁ: ଯଦି ଆପଣ ମୂଳା କିମ୍ବା ଜାମୁ ଖାଉଛନ୍ତି ତେବେ ଭୁଲରେ ବି ଖୀର ପିଅନ୍ତୁ ନାହିଁ । ଏହାଦ୍ୱାରା ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ ।
କଲରା ଏବଂ ଲୁଣ: ଏହାକୁ ଖାଇଲା ପରେ କଦାପି ଖୀର ପିଅନ୍ତୁ ନାହିଁ । ଏହା ଆପଣଙ୍କ ଶରୀରକୁ କ୍ଷତି ପହଂଚାଇ ଥାଏ ।