ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗତକାଲି ଠାରୁ ଦୁଇଦିନିଆ ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ସକାଳୁ ମହାପ୍ରଭୁ ଜଗନ୍ନାଥ ଦର୍ଶନ କରିଛନ୍ତି । କଡା ସୁରକ୍ଷା ମଧ୍ୟରେ ଯାଇ ମହାପ୍ରଭୁଙ୍କର ଦର୍ଶନ କରିଛନ୍ତି । ସକାଳ ୯ଟା ସମୟରେ ମନ୍ଦିର ଭିତରେ ମହାପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରିବା ସହ ଆର୍ଶୀବାଦ ଭିକ୍ଷା କରିଛନ୍ତି । ଏହି ସମୟରେ ସେଠାରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ସମ୍ବିତ ପାତ୍ର, ବୈଜନ୍ତ ପଣ୍ଡାଙ୍କ ସମେତ ଅନେକ ବରିଷ୍ଠ ବିଜେପି ନେତା ମଧ୍ୟ ଉପସ୍ଥିତ ଥିଲେ ।
It is always special to be in Puri.
Took blessings of Mahaprabhu Jagannath. pic.twitter.com/KdbFOcAvgW
— Amit Shah (@AmitShah) February 29, 2020
ଗତକାଲି ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରେ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ରାତିରେ ପୁରୀ ଅଭିମୁଖେ ଯାଇ ସେଠାରେ ରାତ୍ରୀ ଯାପନ କରିଥିଲେ । ଆଜି ସକାଳୁ ଶାହା ମହାପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରି ଭୁବନେଶ୍ୱର ଅଭିମୁଖେ ଫେରିଆସିବେ । ଅନ୍ୟପଟେ ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରାୟ ୧୧ଟା ବେଳେ ବାବା ଲିଙ୍ଗରାଜଙ୍କର ଦର୍ଶନ କରିବେ । ଲିଙ୍ଗରାଜ ମନ୍ଦିର ମଧ୍ୟରେ ଅଧା ଘଣ୍ଟା ବିତାଇବାର କାର୍ଯ୍ୟକ୍ରମ ରହିଛି । ତେବେ ଶାହାଙ୍କର ଗସ୍ତଙ୍କୁ ଆଖ୍ରିଆଗରେ ରଖି ପ୍ରଶାସନ ପକ୍ଷରୁ ବ୍ୟପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶାହା ଲିଙ୍ଗରାଜ ମନ୍ଦିର ପାଖରେ ପହଞ୍ଚିବା ପରେ ତାଙ୍କୁ ପ୍ରଶାସନ ପକ୍ଷରୁ ଉତ୍ତରୀୟ ଦେଇ ସ୍ୱାଗତ କରାଯିବା ସହ ତାଙ୍କୁ ମନ୍ଦିର ଭିତରକୁ ପାଛୋଟି ନିଆଯିବ । ତେବେ ମନ୍ଦିର ଦର୍ଶନ କରି ସାରି ଶାହା ଆଜି ମଧ୍ୟାହ୍ନରେ ଦିଲ୍ଲୀ ଅଭିମୁଖେ ବାହାରି ଯିବେ ।