ଭୁବନେଶ୍ୱର(ଏଟିଆର ବ୍ୟୁରୋ):ସମାଜରେ କୌଣସି ବ୍ୟକ୍ତି ଚାହାଁନ୍ତି ନାହିଁ କି ତାଙ୍କ ବୈବାହିକ ଜୀବନରେ ପୂର୍ଣ୍ଣଛେଦ ପଡୁ । ଏହି ବିଷୟରେ ବିବାହିତା ବ୍ୟକ୍ତିଙ୍କୁ ବିଶେଷ ଧ୍ୟାନ ରଖିବା ଉଚିତ୍ । ବୈବାହିକ ସଂପର୍କ ଭାଙ୍ଗି ଯିବା ପରେ ପତୀ ଏବଂ ପତ୍ନୀ ଦୁହିଁଙ୍କୁ ଅନେକ କ୍ଷତି ସହିବାକୁ ପଡିଥାଏ । ଏହା ବ୍ୟତୀତ ଯଦି ସନ୍ତାନ ସନ୍ତତି ଥାନ୍ତି ତେବେ ଏହା ତାଙ୍କ ଜୀବନରେ ଖୁବ୍ ଗମ୍ଭୀର ପ୍ରଭାବ ପଡିଥାଏ । ଆଜି ଆମେ ଆପଣଙ୍କୁ ଏଭଳି କିଛି ଭୁଲ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଆପଣ କଦାପି ଆପଣଙ୍କ ବୈବାହିକ ଜୀବନରେ ଦୋହରାନ୍ତୁ ନାହିଁ ।
– କିଛି ଲୋକଙ୍କ ସ୍ୱଭାବ ବିନା କାରଣରେ ଝଗଡା କରିବା । ଏହାଦ୍ୱାରା ଜଣେ ବ୍ୟକ୍ତି ଏଭଳି ପରିସ୍ଥିିତିକୁ କିଛି ଦିନ ପର୍ଯ୍ୟନ୍ତ ସମ୍ଭାଳି ନେଇଥାଏ । କିନ୍ତୁ ସାରା ଜୀବନ ସମ୍ଭାଳିବା କଷ୍ଟକର ହୋଇପଡେ । ଯଦି ଆପଣଙ୍କର ଏଭଳି ଅଭ୍ୟାସ ଅଛି ତେବେ ତୁରନ୍ତ ଏହାକୁ ଛାଡନ୍ତୁ ।
– ଯେତେବେଳେ ଦମ୍ପତିଙ୍କ ମଧ୍ୟରୁ ଜଣଙ୍କର ବି କଥା ସମାଜରେ ରୁହେନି ସେତେବେଳେ ସିଂପର୍କରେ ଖରାପ ପ୍ରଭାବ ପଡିଥାଏ । ଏହାଛଡା ଯଦି ଝିଅଙ୍କ ବାପା ଘର ବିଷୟରେ ଯଦି କିଛି ଖରାପ ବ୍ୟବହାର ପୁଅ ଘର ଆଡୁ କରାଯାଇଥାଏ । ତେବେ ଏହା ବି ଛାଡପତ୍ର ହେବାର କାରଣ ହୋଇପାରେ ।
– ଦମ୍ପତିଙ୍କ ମଧ୍ୟରୁ ଯଦି କେହି ଜଣେ ତାଙ୍କ ସାଥୀଙ୍କ ସହ ଚିଟ୍ କରୁଛନ୍ତି ତେବେ ଏହାର କାରଣ ବି ଛାଡପତ୍ର । ନଚେତ୍ ମାନସିକ କିମ୍ବା ଶାରିରୀକ ନିର୍ଯ୍ୟାତନା ବି ଏହାର ମୁ୍ଖ୍ୟ କାରଣ ହୋଇପାରେ ।