ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଉତ୍ତର-ପୂର୍ବ ଦିଲ୍ଲୀର ହିଂସା ପାଇଁ ବଡ ଧରଣର ସାର୍ବଜନିକ ଏବଂ ବ୍ୟକ୍ତିଗତ ସମ୍ପତିମାନ ନଷ୍ଟ ହୋଇଛି । ଏହି ହିଂସାରେ ଏପର୍ଯ୍ୟନ୍ତ ୪୨ ଲୋକୀବନ ଚାଲି ଯାଇଛି । ସେହିପରି ଏଥିରେ ୨୫୦ ରୁ ଅଧିକ ଲୋକ ଆହତ ହୋଇସାରିଛନ୍ତି । ବିଭିନ୍ନ ହିଂସା ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ୧୨୩ ଏତଲା ଦାଖଲ କରାଯିବା ସହିତ ହିଂସାରେ ଜଡିତ ଥିବା ୬୩୦ ଲୋକଙ୍କୁ ଗିରଫ କରାଯାଇଛି । ସେହିପରି ୟୁପି ପୋଲିସ ଅନୁଯାୟୀ ଦିଲ୍ଲୀ ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ ଫଇସଲା କରିଛି ।
ସାର୍ବଜନିକ ଏବଂ ବ୍ୟକ୍ତିଗତ ସମ୍ପତି ନଷ୍ଟ କରିଥିବା ହିଂସାକାରୀଙ୍କ ଠାରୁ କ୍ଷୟକ୍ଷତିର ଜରିମାନା ଆଦାୟ କରାଯିବ ।
ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଏସଆଇଟି ଏବଂ ସ୍ଥାନୀୟ ପୋଲିସକୁ ଏହି ସମ୍ବନ୍ଧରେ ନିର୍ଦ୍ଦେଶ ଦିଆଯାଇଛି କି କ୍ଷୟକ୍ଷତି ର ଆକଳନ କରିବା ପାଇଁ ନଗର ନିଗମ ଏବଂ ଦିଲ୍ଲୀ ସରକାରର ଅଧିକାରୀଙ୍କ ସହିତ ସମନ୍ୱୟ ସ୍ଥାପନା କରାଯାଉ । ଏସଆଇଟି ର ଦୁଇଟି ଟିମ୍ ଏହି ହିଂସା ର ତଦନ୍ତ କରୁଛନ୍ତି । ଉତ୍ତର-ପୂର୍ବ ଦିଲ୍ଲୀରେ ଉତ୍ତେଜିତ ହୋଇଥିବା ହିଂସାକାଣ୍ଡ ଅବସରରେ ମୌଜପୁର, ଜାଫରାବାଦ, ଶିବ ବିହାର,ଭଜନପୁରା, କରାବଲ ନଗର, ଗୋକୁଲପୁରୀ, ସିଲମପୁର ଏବଂ ଆଖ ପାଖ ଅଞ୍ଚଳରେ ଅନେକ ଘର , ଗାଡି ଏବଂ ଦୋକାନକୁ ପୋଡି ଦିଆଯାଇଥିଲା ।
ଶୁକ୍ରବାର ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି କି, ଏକ ହଜାର ଦଙ୍ଗାକାରୀଙ୍କୁ ଚିହ୍ନଟ କରାଯାଇଛି । ଏହାସହିତ ୬୩୦ ଲୋକଙ୍କୁ କଷ୍ଟଡିରେ ନିଆଯାଇଛି ।