ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଏସ ସ୍ତରରେ ଛୋଟ ଧରଣର ଅଦଳ ବଦଳ କରାଯାଇଛି । ଏହି ଅଦଳ ବଦଳରେ ରାଜ୍ୟପାଳଙ୍କ ସଚିବଙ୍କ ନା’ ମଧ୍ୟ ସାମିଲ ରହିଛି । ବର୍ତ୍ତମାନ ରାଜ୍ୟର ପରିବହନ ସଚିବ ଥିବା ପ୍ରମୋଦ ମେହେର୍ଦ୍ଦାଙ୍କୁ ରାଜ୍ୟପାଳଙ୍କର ସଚିବ ଭାବେ ନିଯୁକ୍ତି କରାଯାଇଛି । ପ୍ରମୋଦ କୁମାର ମେହେର୍ଦ୍ଦା ହେଉଛନ୍ତି ୧୯୯୭ ବ୍ୟାଚର ଆଇଏଏସ ଅଫିସର ।
ରାଜ୍ୟପାଳଙ୍କ ପାଖରେ ବର୍ତ୍ତମାନ ସଚିବ ଭାବେ କାର୍ଯ୍ୟରତ ଥିବା ମଧୁସୂଦନ ପାଢୀଙ୍କ ସ୍ଥାନ ନେଇଛନ୍ତି ପ୍ରମୋଦ କୁମାର ମେହେର୍ଦ୍ଦା । ତେବେ ରାଜ୍ୟପାଳଙ୍କର ସିଚବ ଥିବା ମଧୁସୂଦନ ପାଢୀଙ୍କୁ ଚକବନ୍ଦୀ କମିଶନର ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି ।