ଉତ୍ତରପ୍ରଦେଶ(ଏଟିଆର ବ୍ୟୁରୋ): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ଦୁଇଟି ଯାଗା ଗସ୍ତ କରିଛନ୍ତି । ପ୍ରଥମେ ମୋଦୀ ପ୍ରୟାଗରାଜ ପରେଡ ପଡିଆ ଠାରେ ସାମାଜିକ ଅଧିକାରିତା ଶିବିର ଦ୍ୱାରା ଆୟୋଜିତ ଏକ କାର୍ୟ୍ୟକ୍ରମରେ ସ୍ଥାନ ଦେଇଥିଲେ ମୋଦୀ । ପ୍ରୟାଗରାଜରେ ସାମାଜିକ କର୍ମୀଙ୍କ ‘ଶିବିର’ ଉଦଘାଟନ କରିଛନ୍ତି । ସମାରୋହରେ ୨୬,୭୮୯ ଦିବ୍ୟାଙ୍ଗ ଓ ବୟସ୍କ ବ୍ୟକ୍ତିଙ୍କୁ ପ୍ରାୟ ୫୬ ହଜାର ସହାୟକ ଉପକରଣ ବଣ୍ଟନ କରିଛନ୍ତି ।ପଡିଆ ଏହାପରେ ମୋଦୀ ଚିତ୍ରକୁଟ ଭରତକୂପରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେକୁ ଶିଳାନ୍ୟାସ କରିଛନ୍ତି ।
ପାଖାପାଖି ୨୯୬ କିଲୋମିଟର ଲମ୍ବ ଏହି ରାସ୍ତାର ନିର୍ମାଣ ପାଇଁ ୧୪ ହଜାର ୮୪୯ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ୪ ଥାକିଆ ହେବ ଏବଂ ଭବିଷ୍ୟତରେ ୬ ଥାକିଆରେ ସଂପ୍ରସାରଣ କରାଯିବାର ଯୋଜନା ରହିଛି । ଏତିପାଇଁ ୯୦ ପ୍ରତିଶତରୁ ଅଧିକ ଜମି ଅଧୀଗ୍ରହଣ କରାଯାଇଛି । ଏହି ରାସ୍ତା କାମ ଆସନ୍ତା ୨୦୨୨ରେ ଶେଷ କରିବାକୁ ଯୋଜନା ରହିଛି । ଏହି ରାସ୍ତା ଚିତ୍ରକୂଟର ଭରତକୂପଠାରୁ ଆରମ୍ଭ ହୋଇ ବାନ୍ଦା, ହମୀରପୁର, ମହୋବା ଓ ଓରେୟା ହୋଇ ଇଟାୱାର କୁଦରେଲ ଗାଁ ନିକଟରେ ଯମୁନା ଏକ୍ସପ୍ରେସକୁ ଛୁଇଁବ । ଏହାଦ୍ୱାରା ବୁନ୍ଦେଲଖଣ୍ଡରୁ ଦିଲ୍ଲୀ ପର୍ୟ୍ୟନ୍ତ ଯାତାୟତରେ ବ୍ୟବଧାନ କମିବ । ମୋଦିଙ୍କ ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ବହୁ ବିଜେପି ନେତା ଉପସ୍ଥିତ ଥିଲେ ।