ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ବ୍ୟକ୍ତିଙ୍କ ଘରର ମୁଖ୍ୟ ଦ୍ୱାରରେ ଗଣେଶଙ୍କ ପ୍ରତିମା, ଶୁଭ-ଲାଭ ଏବଂ ସ୍ୱସ୍ତିକ ଚିହ୍ନ ଲଗାଯାଇଥିବାର ଦେଖିବାକୁ ମିଳିଥାଏ । ଘରର ମୁଖ୍ୟ ଦ୍ୱାରା ହିଁ ବେଶ ମହତ୍ୱପୂର୍ଣ୍ଣ ହୋଇଥାଏ । ଏହି ବାଟ ଦେଇ ସକରାତ୍ମକ ଏବଂ ନକରାତ୍ମକ ଦୁଇଟି ଶକ୍ତି ପ୍ରବେଶ କରିଥାନ୍ତି । ସେହିଅନୁଯାୟୀ ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିବା ଦ୍ୱାରା ବ୍ୟକ୍ତିଙ୍କୁ ମାନସିକ ଏବଂ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ସେହିପରି ସକରାତ୍ମକ ଶକ୍ତି ପ୍ରବେଶ କରିବା ଦ୍ୱାରା ଘରେ ଶାନ୍ତି ବଳବତ୍ତର ହୋଇ ରହିଥାଏ । ଯଦି ଆପଣ ମାନେ ଆପଣଙ୍କ ମୁଖ୍ୟଦ୍ୱାରରେ ଗଣେଶ ଭଗବାନଙ୍କ ଫଟୋ କିମ୍ବା ମୂର୍ତ୍ତି ଲଗାଇଥିବେ । ତେବେ ସେଥିପାଇଁ କିଛି ଖାସ୍ କଥା ଉପରେ ଧ୍ୟାନ ରଖିବା ଉଚିତ୍ ।
ସିନ୍ଦୁର ରଙ୍ଗର ଗଣେଶ: ଘରେ ସୁଖ-ସମୃଦ୍ଧି ବଳ ବତ୍ତର ରଖିବା ହେଲେ ସେଥିପାଇଁ ଘରେ ସିନ୍ଦୁର ରଙ୍ଗର ଗଣେଶଙ୍କୁ ରଖିବା ଶୁଭ ହୋଇଥାଏ । ଘରର ମୁଖ୍ୟଦ୍ୱାରରେ ଗଣପତିଙ୍କ ଏହି ମୂର୍ତ୍ତି ରହିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।
ମୁଖ୍ୟ ଦ୍ୱାରରେ ଗଣେଶ ଭଗବାନଙ୍କ ଫଟୋ: ଯଦି ଘରର ମୁଖ୍ୟ ଦ୍ୱାରାରେ ଗଣେଶ ଜୀଙ୍କ ଫଟୋ ଲଗାଇଥିବେ ତେବେ ଦ୍ୱାରର ଅପର ପାଶ୍ୱର୍ରେ ଗଣେଶଙ୍କ ପ୍ରତିମା ସେହି ଭଳି ଲଗାନ୍ତୁ ଯେପରି ଦୁଇଟି ପ୍ରତିମାର ପିଠି ମିଶୁଥିବ ।
ବସିଥିବା ଗଣେଶ: ଘରେ ବସିଥିବା ଗଣେଶଙ୍କ ମୂର୍ତ୍ତି ବା ଫଟୋ କୁ ରଖିବା ଉଚିତ୍ । ଏହାଦ୍ୱାରା ଘରେ ସୁଖ-ସମୃଦ୍ଧି ପ୍ରାପ୍ତ ହୋଇଥାଏ ।
ମୁଖ୍ୟଦ୍ୱାରରେ ସ୍ୱସ୍ତିକ: ଘରର ମୁଖ୍ୟଦ୍ୱାରରେ ସ୍ୱସ୍ତିକ, ଓଁ ଏବଂ ଗଣେଶ ଭଳି ଶୁଭ ଚିହ୍ନ ଲଗାଇବା ଉଚିତ୍ ।
ମୁଖ୍ୟଦ୍ୱାରକୁ ସଫା-ସୁତୁରା କରି ରଖନ୍ତୁ: ଯଦି ଘରର ମୁଖ୍ୟଦ୍ୱାରରେ ଗଣେଶ ଜୀଙ୍କ ଫଟୋ ଲଗାଯାଇ ଥିବ ତେବେ ଦ୍ୱାରର ଆଖ-ପାଖ ସର୍ବଦା ସଫା ସୁତୁରା ରହିବା ଉଚିତ୍ । ଯେପରି ମୁଖ୍ୟଦ୍ୱାରରେ କୌଣସି ଅଳିଆ ଆବର୍ଜନା ନରୁହେ ସେଥିପ୍ରତି ଧ୍ୟାନ ରଖିଥିବେ । ସଫା ସୁତୁରା ସ୍ଥାନରେ ସର୍ବଦା ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ ।