ଭଦ୍ରକ ( ଏଟିଆର ବ୍ୟୁରୋ): ଭଦ୍ରକରେ ଗ୍ୟାସ ସିଲିଣ୍ଡର ଫାଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ସର୍ଟ ସର୍କିଟର ପ୍ରଥମେ ନିଆଁ ଲାଗିବା ପରେ ପରେ ରୋଷେଇ ଗ୍ୟାସ ସିଲିଣ୍ଡର ଫାଟିଥିଲା । ସୂଚନା ଅନୁସାରେ ଆଜି ସକାଳେ ଏହି ଅଭାବନୀୟ ଘଟଣା ଘଟିିଛି । ତେବେ ଖବର ପାଇ ଅଗ୍ନୀଶମ ବାହୀନି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ କ୍ଷୟକ୍ଷତି କେତେ ହୋଇଛି ତାହା ଆକଳନ ହୋଇନି । ଏହି ଅଗ୍ନୀକାଣ୍ଡରେ କୌଣସି ଜୀବନ ନଷ୍ଟ ହୋଇ ନାହିଁ ।
ଆଜି ସକାଳେ ଭଦ୍ରକ ଜିଲ୍ଲା ତିହିଡି ଥାନା ଦୋଳ ସାହି ନୂଆ ଶାସନ ଗ୍ରାମରେ ଏହି ଅଗ୍ନିକାଣ୍ଡ ହୋଇଛି । ଗ୍ରାମର ଗଦାଧରଙ୍କ ଘରେ ନିଆଁ ଲାଗିଛି । ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଜଣା ପଡିଛି । ଗଦାଧରଙ୍କ ରୋଷେଇ ଘରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଗ୍ୟାସ ଟାଙ୍କଟି ଫାଟିବା ଫଳରେ ବହୁତ ଦୂରରେ ବିଛାଡି ହୋଇ ପଡିଛି ।