ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବାସ୍ତୁ ଶାସ୍ତ୍ରରେ ଭଗବାନ ଶ୍ରୀକୃଷ୍ଣଙ୍କ ବଂଶୀ ର ଖୁବ୍ ମହତ୍ୱ ରହିଛି । ଶାସ୍ତ୍ର ଅନୁଯାୟୀ ଘରେ ବଂଶୀ ରଖିବା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ । ଏହାସହିତ ଘରର ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । ଏହାବ୍ୟତିତ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥାଏ । ତେବେ ଆସନ୍ତୁ ଜାଣିବା ବଂଶୀ ସହ ଜଡିତ କିଛି ଖାସ୍ ଉପାୟ ବିଷୟରେ..
ଘର, ଅଫିସ କିମ୍ବା ବ୍ୟବସାୟ କ୍ଷେତ୍ରରେ ବଂଶୀ ରଖିବା ଦ୍ୱାରା ଉନ୍ନତି ହୋଇଥାଏ । ଏହାସହିତ ପରିବାରର ସଦସ୍ୟଙ୍କୁ କୌଣସି ରୋଗରୁ ରକ୍ଷା କରିବା ପାଇଁ ବଂଶୀ ସହାୟକ ହୋଇଥାଏ । ଘରେ ସକରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ ।
ବଂଶୀ ରଖିବା ଦ୍ୱାରା ସମସ୍ତ ଜରୁରୀ କାମ ସୁରୁଖୁରୁରେ ହୋଇ ଯାଇଥାଏ । ଏହା ସହିତ ସମସ୍ତ ମାନସିକ ସମସ୍ୟା ଦୂର ହୋଇଥାଏ । ଯେଉଁ ବ୍ୟକ୍ତି ସର୍ବଦା ମାନସିକ ଚିନ୍ତାଗ୍ରସ୍ତରେ ରହିଥାନ୍ତି, ସେମାନେ ତାଙ୍କ ତକିଆ ତଳେ ବଂଶୀ ରଖି ଶୋଇବା ଉଚିତ୍ ।
ଯଦି ଘରର ତିନୋଟି ଯାକ ରୁମ୍ ଏକାସଙ୍ଗରେ ରହିଥିବ ଏବଂ ସେହି ଘରର ଦୁଆର ବନ୍ଧରେ ବାସ୍ତୁ ଦୋଷ ରହିଥାଏ । ଏହି ଦୋଷକୁ ଦୂର କରିବା ପାଇଁ ଦ୍ୱାରବନ୍ଧରେ ବଂଶୀ ଟାଙ୍ଗି ଦିଅନ୍ତୁ ।