ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମାର୍ଚ୍ଚ ୩ ରେ ନିର୍ଭୟା ଦୋଷୀଙ୍କୁ ପ୍ରକୃତରେ ଫାସୀ ଦିଆଯିବ କି ନାହିଁ, ସେନେଇ ପୁଣି ଦ୍ୱନ୍ଦ ଲାଗି ରହିଛି । ସୁପ୍ରିମକୋର୍ଟ ପକ୍ଷରୁ ଜଣେ ଦୋଷୀ ମାନେ ପବନ ଗୁପ୍ତାର କ୍ୟୁାରେଟିଭ ପିଟିସନ୍ ଉପରେ ଆଜି ଶୁଣାଶି କରାଯିବ ।
ସେହିପରି ଶନିବାର ଦିନ ଅନ୍ୟ ଜଣେ ଦୋଷୀ ଅକ୍ଷୟ ସିଂହ ରାଷ୍ଟ୍ରପତିଙ୍କ ପାଖରେ ଦୟା ପିଟିସନ୍ ଦାଖଲ କରିଛି । ତଳ ଅଦାଲତ ପକ୍ଷରୁ ଫେବୃଆରୀ ୧୭ ରେ ଚାରି ଦୋଷୀଙ୍କ ଡେଥ୍ ୱାରେଣ୍ଟ ଜାରି କରାଯାଇ ମାର୍ଚ୍ଚ ୩ ସକାଳ ୬ରେ ଫାସୀ ପାଇଁ ଘୋଷଣା କରାଯାଇଥିଲା ।
ଅନ୍ୟପଟେ ଶୁକ୍ରବାର ଦିନ ଦାଖଲ ହୋଇଥିବା ପବନର ପିଟିସନ୍ ଉପରେ ଜଷ୍ଟିସ ଏନଭି ରମନାଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ ସୋମବାର ଏହାର ଶୁଣାଣି କରିବେ ।
ସବୁଠାରୁ ବଡକଥା ହେଉଛି ଦୁଇ ଥା ଡେଥ୍ ୱାରେଣ୍ଟ ଦିଆ ସରିବା ପରେ ବି ଦୋଷୀଙ୍କୁ ଫାସୀ ହୋଇପାରୁ ନାହିଁ ।