ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିଠାରୁ ଆରମ୍ଭ ହେଉଛି ସଂସଦରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଏଥିରେ ପୂର୍ବ-ଦିଲ୍ଲୀର ହିଂସାକୁ ନେଇ ଜୋର ସୋରରେ ହଙ୍ଗାମା କରିବେ ବିରୋଧୀ ଦଳ ନେତା । ଏହାସହିତ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଇସ୍ତଫା ପାଇଁ ଦାବି କରିପାରନ୍ତି ବିରୋଧୀ । ମୂଳକଥା ହେଉଛି ବିରୋଧୀଙ୍କ ଟାର୍ଗେଟରେ ରହିବେ ଅମିତ୍ ଶାହା ।
ଦିଲ୍ଲୀରେ ନାଗରିକତା ସଂଶୋଧନ ଅଧିନିୟମର ସମର୍ଥକ ଏବଂ ବିରୋଧୀଙ୍କ ମଧ୍ୟରେ ତୀବ୍ର ହିଂସା ତେଜିଥିଲା । ଯାହା ଭୟଙ୍କର ରୂପ ନେଇଥିଲା । ଏଥିରେ ୪୫ ଲୋକଙ୍କ ଜୀବନ ଯାଇଥିବା ବେଳେ ୨୦୦ ରୁ ଅଧିକ ଆହତ ହୋଇଥିଲେ ।
ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧରୀ କହିଛନ୍ତି, ଆମେ ନିହାତି ଭାବେ ଦିଲ୍ଲୀ ହିଂସା ପ୍ରସଙ୍ଗକୁ ଜୋର ସୋରରେ ଲୋକସଭାରେ ଉଠାଇବୁ । ଯେଉଁଭଳି ଭାବେ ଦିଲ୍ଲୀରେ ଅଭୂତପୂର୍ବ ସାମ୍ପ୍ରଦାୟିକ ହିଂସା, ଯାହାକୁ ଆମେ ଦେଖିଛୁ । ଯଦି ଏହା ଷଡଯନ୍ତ୍ର ନଥିଲା ତେବେ ଏହା ସରକାରଙ୍କ ଦ୍ୱାରା ସମ୍ପର୍ଣ୍ଣ ବିଫଳ ।
ସଂସଦରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ନେଇ ବିରୋଧୀଙ୍କ ପକ୍ଷରୁ ରାଜ୍ୟସଭାର ସଭାପତି ଭେଙ୍କୟା ନାଇଡୁଙ୍କୁ ୨୬୭ ନିୟମ ଅନୁଯାୟୀ ନୋଟିସ୍ ପଠାଇଛନ୍ତି ।