ଖ୍ରୀଷ୍ଟଚର୍ଚ୍ଚ(ଏଟିଆର ବ୍ୟୁରୋ): ଖ୍ରୀଷ୍ଟଚର୍ଚ୍ଚରେ ଖେଳା ହୋଇଥିବା ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ମ୍ୟାଚକୁ ଜିତି ଯାଇଛି ନ୍ୟୁଜିଲାଣ୍ଡ । ୱେଲିଂଟନରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚକୁ ନ୍ୟୁଜିଲାଣ୍ଡ ୧୦ ୱିକେଟରେ ଜିତି ଯାଇଥିଲା । ତେବେ ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇଂନିସରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ପିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ତେବେ ପ୍ରଥମରୁ ହିଁ ଭାରତୀୟ ଦଳର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା । ଭାରତୀୟ ଦଳ ୨୪୨ ରନ କରିପାରିଥିଲା ।
New Zealand sweep India 2-0!
It's a seven-wicket victory for the @BLACKCAPS and they take all 120 World Test Championship points!
👏 👏 👏 #NZvIND pic.twitter.com/VX9Vu6DtWs
— ICC (@ICC) March 2, 2020
ଜବାବରେ ନ୍ୟୁଜିଲାଣ୍ଡ ଦଳ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇଂନିସରେ ୨୩୫ ରନ କରିପାରିଥିଲା । ତେବେ ଦ୍ୱିତୀୟ ଇଂନିସ ଖେଳି ଭାରତ ମାତ୍ର ୧୨୪ ରନ କରିପାରିଥିଲା । ସେହିଭଳି ନ୍ୟୁଜିଲାଣ୍ଡ ଦଳ ୩ଟି ୱିକେଟ ହରାଇ ୧୩୨ ରନ କରି ସିରିଜ ହାତେଇବା ସହ ୨-୦ରେ ଜିତି ଯାଇଛି । ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ନୁଜିଲାଣ୍ଡ ଦଳର କାଏଲ ଜାମିସନଙ୍କୁ ମ୍ୟାଚର ଶ୍ରେଷ୍ଟ ଖେଳାଳି ଭାବେ ବିବେଚିତ କରାଯାଇଛି ।