ଜଳେଶ୍ୱର/ ବ୍ରହ୍ମପୁର (ଏଟିଆର ବ୍ୟୁରୋ): ଆଜି ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡିଛି ୯୦୦ କିଲୋଗ୍ରାମର ବିଶାଳକାୟ ମାଛ । ସୂଚନାନୁଯାୟୀ, ଆଜି ସକାଳୁ ପଶ୍ଚିମବଙ୍ଗ ପୂର୍ବ ମେଦିନିପୁର ଜିଲ୍ଳାର ଦୀଘା ମୁହାଣରେ ମତ୍ସ୍ୟଜୀବୀମାନେ ମାଛଧରିବାକୁ ଯାଇଥିବାବେଳେ ସେଠାରେ ତାଙ୍କ ଜାଲରେ ପଡିଥିଲା ଏକ ବିଶାଳକାୟ ମାଛ । ଯାହାକୁ ମଗର ମାଛ ବୋଲି କୁହାଯାଉଥିବା ବେଳେ ଏହାର ଓଜନ ୯୦୦କିଲୋଗ୍ରାମ ରହିଛି । ଏହିମାଛଟିକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କର ଭିଡ ଜମିଥିବା ବେଳେ ଏହି ମାଛଟିକୁ ୨୦ହଜାର ଟଙ୍କାରେ ନିଲାମ କରାଯାଇଥିବା ସୂଚନା ମିଳିଛି ।
ସେହିପରି ଏକ ବିଶାଳକାୟ ମୃତ ବଲ୍ୟୁ ସାର୍କଟିକୁ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ନିକଟ ସୁନପୁର ଠାରେ ଦେଖିବାକୁ ମିଳିଛି । ସୂଚନାନୁଯାୟୀ , ଗତକାଲି କିଛି ମତ୍ସ୍ୟଜୀବୀ ମାଛ ଧରିବାକୁ ସମୁଦ୍ର ମଧ୍ୟକୁ ଯାଇଥିଲେ । ସେମାନେ ଫେରୁଥିବା ସମୟରେ ଜାଲରେ ଏକ ବିଶାଳକାୟ ସାର୍କ ମାଛ ଲାଗିଥିଲା । କୂଳରେ ଆଣି ଦେଖିଥିଲେ , ଏହା ଏକ ବ୍ଲ୍ୟୁ ସାର୍କ । ଯାହାର ଲମ୍ବ ୨୦ରୁ ୨୫ ଫୁଟ ହୋଇଥିବା ବେଳେ ଓଜନ ପ୍ରାୟ ୧୦ କ୍ବିଣ୍ଟାଲ୍ ହେବ ଅନୁମାନ କରାଯାଉଛି ।