ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅଧିକ ଧନ ଉପାର୍ଜନ କରିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଇଛା ରହିଥାଏ । କିନ୍ତୁ କିଛି ବ୍ୟକ୍ତିଙ୍କଠାରେ ଯେତେ ଧନ ଉପାର୍ଜନ କଲେ ବି ତାହା ବିଲକୁଲ୍ ରହିନଥାଏ । ସେହି ବ୍ୟକ୍ତିଙ୍କ ପର୍ସ ସକାଳ ଭରପୂର ହୋଇ ରହିଥାଏ କିନ୍ତୁ ସନ୍ଧ୍ୟାରେ ଖାଲି ହୋଇଯାଇଥାଏ । ଏହି ସମସ୍ୟାରୁ ଛୁଟ୍ କାରା ପାଇବା ପାଇଁ ଶାସ୍ତ୍ରରେ କିଛି ଉପାୟ ଲିଖିତ ଅଛି, ଯାହାଦ୍ୱାରା ଆପଣଙ୍କ ପର୍ସ କଦାପି ଖାଲି ହେବ ନାହିଁ ।
ଆପଣଙ୍କ ପର୍ସରେ ମା’ ଲକ୍ଷ୍ମୀଙ୍କ ବସିଥିବା ମୁଦ୍ରାର ଫଟୋ ରଖନ୍ତୁ । ଏହାଦ୍ୱାରା ଆପଣଙ୍କ ପାଖରେ କଦାପି ଟଙ୍କାର ଅଭାବ ଦେଖାଦେବ ନାହିଁ ।
ସୁନା ବା ରୂପର କଏନକୁ ପର୍ସରେ ରଖିବା ଦ୍ୱାରା ଧନ ଲାଭ ହୋଇଥାଏ । ଏହି କଏନକୁ ପର୍ସ ରେ ରଖିବା ପୂର୍ବରୁ ମା’ ଲକ୍ଷ୍ମୀଙ୍କୁ ଚରଣ ସ୍ପର୍ଶ କରାନ୍ତୁ ।
ଧାର୍ମିକ ଶାସ୍ତ୍ର ଅନୁସାରେ ପର୍ସରେ କାଚ ଖଣ୍ଡ ରଖିବା ଉଚିତ୍ । ଏହି ଉପାୟ ଧନ ବୃଦ୍ଧିରେ ସହାୟକ ହୋଇଥାଏ । ଏଭଳି କରିବା ଦ୍ୱାରା ଧନ ଲାଭ ହୋଇଥାଏ ଏବଂ ଅଟକି ଥିବା ଧନ ମିଳିଥାଏ ।
ଶାସ୍ତ୍ର ଅନୁସାରେ ପର୍ସରେ ଗୋଟେ ଚିମୁଟା ଚାଉଳ ରଖିବା ଦ୍ୱାରା ଅଯଥା ଖର୍ଚ୍ଚ କମ ହୋଇଥାଏ । ଏହାସହିତ ଧନ ବୃଦ୍ଧି ହୋଇଥାଏ ।
ଏକ ଲାଲ କାଗଜରେ ନିଜ ଇଛା ଲେଖିବା ପରେ ସେହି କାଗଜକୁ ଏକ ରେଶମି ସୁତାରେ ବାନ୍ଧି ପର୍ସରେ ରଖି ଦିଅନ୍ତୁ । ଏଭଳି ଉପାୟ କରିବା ଦ୍ୱାରା ପର୍ସ ସର୍ବଦା ଭରପୁର ହୋଇ ରହିଥାଏ ।