ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଗତବର୍ଷ ଅକ୍ଟୋବର ମାସରୁ ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଘନେଇବାରେ ଲାଗିଛି । ଆମେରିକା ଦ୍ୱାରା ଇରାନୀ ଜେନରାଲଙ୍କ ହତ୍ୟା ପରେ ଦୁଇ ଦେଶ ଭିତରେ ଏଭଳି ପରିସ୍ଥିତ ଦେଖାଦେଇଛି ।
ଆମେରିକା ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ହୋଇଥିବାରୁ ବର୍ତ୍ତମାନ ଏହା ବିପକ୍ଷରେ ଯୁଦ୍ଧ କରିବା ନିଶ୍ଚିତ ରୂପେ ଇରାନ ପାଇଁ ଅତ୍ୟନ୍ତ କ୍ଷତିକାରକ ହେବ । ଏହା ସତ୍ୱେ ଇରାନ ନିଜ ଆର୍ମି ଜେନରାଲଙ୍କ ହତ୍ୟା ପାଇଁ ଆମେରିକା ଠାରୁ ପ୍ରତିଶୋଧ ନେବା ପାଇଁ ବାରମ୍ବାର ପ୍ରୟାସ କରୁଛି ।
ଗତକାଲି ଇରାକରେ ଥିବା ଆମେରିକା ଦୂତବାସ ନିକଟରେ ଏକ ବଡ ଆତ୍ମଘାତି ବିଷ୍ଫୋରଣ ହୋଇଛି । ଏହା ପୂର୍ବରୁ ମଧ୍ୟ ଇରାକରେ ଥିବା ଆମେରିକା ଦୂତାବାସକୁ ଟାର୍ଗେଟ କରି ବହୁଥର ବିଷ୍ଫୋରଣ କରାଯାଇଛି ।
ସୂଚନା ଅନୁସାରେ ଇରାକରେ ଥିବା ଗ୍ରୀନ ଜୋନରେ ସୁରକ୍ଷା ବ୍ୟବସ୍ଥା ବହୁ କଡାକଡି ହୋଇଥାଏ । ଏହିଠାରେ ଅନେକ ଦେଶର ଦୂତାବାସ ଗୁଡିକ ଥିବାରୁ ଗ୍ରୀନଜୋନ ସବୁବେଳେ କଡା ସୁରକ୍ଷା ବଳୟ ଭିତରେ ଥାଏ ।
କଡା ସୁରକ୍ଷା ସତ୍ୱେ ଏଠାରେ ଥିବା ଆମେରିକା ଦୂତାବାସକୁ ଟାର୍ଗେଟ କରି ଗୋଟିଏ ପରେ ଗୋଟିଏ ବିଷ୍ଫୋରଣ ଘଟିଚାଲିଛି । ଏଥିପାଇଁ ବର୍ତ୍ତମାନ ଆମେରିକା ଓ ଇରାନ ମଧ୍ୟରେ ଶତୃତା ଦିନକୁ ଦିନ ଅଧିକ ବଢିବାରେ ଲାଗିଛି ।