ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆସନ୍ତା କାଲି ନିର୍ଭୟାର ୪ଦୋଷୀଙ୍କୁ ଫାଶୀ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଆଜି ପୁଣି ଫାଶୀ ଉପରେ ରୋକ ଲାଗିଛି ।
ସର୍ବଦା ଆଇନର ଗଳା ବାଟକୁ ବ୍ୟବହାର କରି ଦୋଷୀମାନେ ନିଜକୁ ବଞ୍ଚାଇବାରେ ସଫଳ ହେଉଛନ୍ତି । ତିନି ତିନି ଥର ଡେଥ୍ ୱାରେଣ୍ଟ ଜାରି କରାଯାଇଥିଲେ ବି ତୃତୀୟ ଥର ଫାଶୀ ଘୁଞ୍ଚାଇବାରେ ସଫଳ ହୋଇଛନ୍ତି ଏହି ୪ ଦୋଷୀ ।
ପୂର୍ବରୁ ୩ ଦୋଷୀଙ୍କ ସମସ୍ତ ପିଟିସନ କୋର୍ଟ ଖାରଜ କରିଥିଲେ । ଏବଂ ଏହାପରେ ୪ର୍ଥ ଦୋଷୀ ପୱନ ପାଖରେ ଶେଷ ଗୋଟିଏ ବିକଳ୍ପ ବଞ୍ଚିଥିଲା । ଯାହାକୁ ସେ ଆଜି ବ୍ୟବହାର କରି ଫାଶୀ ରୋକିବାରେ ସଫଳ ହୋଇଛି ।
ଆଜି ସୁପ୍ରିମକୋର୍ଟରେ ପୱନର କ୍ୟୁରେଟିଭ୍ ପିଟିସନ ଖାରଜ ହେବା ପରେ ଦୋଷୀ ମାନଙ୍କର ଓକିଲ ଏ.ପି ସିଂ ପୁଣି ଦୋଷୀ ପୱନ ଗୁପ୍ତା ପାଇଁ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିଥିଲେ । ପୱନର ରାଜକ୍ଷମା ରାଷ୍ଟ୍ରପତି ଖାରଜ କରିଥିଲେ ମଧ୍ୟ ଏହାର ଶୁଣାଣି କରିବା ପାଇଁ ପଟିଆଲା ହାଉସକୋର୍ଟ ପୁଣି ଫାଶୀକୁ ଘୁଞ୍ଚାଇଛନ୍ତି ।