ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଦିଲ୍ଲୀ ଦଙ୍ଗା ବଢିବାରେ ସୋସିଆଲ ମିଡିଆର ମିଛ ଖବର ପ୍ରଚାରିତ ବଢାଇଥିଲା ଦଙ୍ଗାକୁ । ଏମିତି ସର୍ଭେ ରିପୋର୍ଟ ଦେଇଛି ଗୁଇନ୍ଦା ସଂସ୍ଥା । ଗୁଇନ୍ଦା ସଂସ୍ଥା ଆହୁରି ମଧ୍ୟ ସୂଚନା ଦେଇଛି ଏହି ଦଙ୍ଗାକୁ ସୋସିଆଲ ମିଡିଆରେ ଅତି ତୀବ୍ର କରିବାକୁ ହାଇଦ୍ରାବଦରେ ଜଣେ ଛାତ୍ରଙ୍କୁ ନିର୍ଦେଶ ରହିଥିଲା । ରିପୋର୍ଟ ମୁତାବକ ଛାତ୍ରଛତ୍ରୀଙ୍କୁ ଉସକାଇ ସେମାନଙ୍କୁ ହାସଟ୍ୟାଗ ବ୍ୟବହାର ଉତ୍ତେଜନା ମୂଳକ ପୋଷ୍ଟ କରିବାକୁ ବାଧ୍ୟ କରାଯାଇଥିଲା । ଯାହାଫଳରେ ଶୋସାଲ ମିଡିଆରେ ହିଂସାକାଣ୍ଡ ଘଟାଇବାକୁ ଲୋକଙ୍କୁ ପରୋକ୍ଷରେ ପ୍ରୋତ୍ସାହିତ କରାଯାଉଥିଲା । ଏମିତି କି ଅଫିସିଆଲ ଟ୍ୱିଟରକୁ ମଧ୍ୟ ବ୍ୟବହାର କରାଯାଇଥିଲା ।
ସୂଚନାଯୋଗ୍ୟ ଉତ୍ତରପୂର୍ବ ଦିଲ୍ଲୀ ହିଂସାରେ ଏପର୍ଯ୍ୟନ୍ତ ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏମିତିକି ଏବେ ଦିଲ୍ଲୀର କେନାଲ ଗୁଡିକରୁ ମୃତ ଦେହ ମିଳୁଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ ଏବେ ଏହି ଦଙ୍ଗାରେ ଟିକେ ସୁଧାର ଆସିବାରେ ଲାଗିଲାଣି । ପରିସ୍ଥିତି ଟିକେ ସ୍ୱଭାବିକ ହେଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଦଙ୍ଗାରେ ପ୍ରଭାବିତ ହୋଇଥିବା ପ୍ରବାସୀ ଓଡିଆ ମାନଙ୍କୁ ମୋ ପରିବାର ଯୋଜନା ଅଧିନରେ ସହୟତା ରାଶି ପ୍ରଦାନ କରାଯାଇଛି । ପ୍ରଭାବିତ ପରିବାରକୁ ୧୫ ଦିନ ଖାଦ୍ୟ ସହିତ ଔଷଧ ପ୍ରଦାନ କରାଯାଇଛି । କରାବଲ ନଗର ଶେରପୁର ଗାଁରେ ପ୍ରଭାବିତ ୫୦ ପରିବାରକୁ ସହାୟତା ରାଶି ପ୍ରଦାନ କରାଯାଇଛି ।