ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଏବେ ଆହୁରି ଫାଷ୍ଟ ହେବାକୁ ଯାଉଛି ଫେସବୁକର ମେସେଞ୍ଜର । ପୂର୍ବ ଅପେକ୍ଷା ଅଧିକ ସହଜରେ ହେବ ମେସେଜିଙ୍ଗ୍ ।
ଫେସବୁକର ସିଇଓ ମାର୍କ ଜୁକର ବର୍ଗଙ୍କ ସୂଚନା ଅନୁଯାଇ ଆଗକୁ ଫେସବୁକର ମେସେଜିଙ୍ଗ ଆପ୍ ମେସେଞ୍ଜର କମ୍ ସ୍ପେସ୍ ଓ ଅଧିକ ସ୍ପିଡରେ ଉପଲବ୍ଧ ହେବାକୁ ଯାଉଛି ।
ଫେସବୁକ ନିଜର ମେସେଞ୍ଜର ଆପ୍ ରେ ବହୁ ପରିବର୍ତ୍ତନ ଆଣୁଛି । ଯାହା ଫଳରେ ଖୁବ୍ କମ ସମୟରେ ଓ ସହଜରେ ଏହି ଆପ୍ କୁ ଲୋକମାନେ ବ୍ୟବହାର କରିପାରିବେ ।
ମେସେଞ୍ଜରର ପ୍ରାୟ ସମସ୍ତ କୋଡ୍ କୁ ପରିବର୍ତ୍ତନ କରାଯାଉଛି । ଏଥି ସହିତ ଅନେକ ଗୁଡିକ ନୂଆ ଫିଚର ମଧ୍ୟ ଏହି ଆପ୍ ରେ ଆଡ୍ କରାଯାଉଛି । ଏବେ ସମ୍ପୂର୍ଣ୍ଣ ନୂଆ ରୂପରେ ଲୋକମାନଙ୍କ ପାଖକୁ ଆସିବ ନୂଆ ମେସେଞ୍ଜର ଆପ୍ ।
ଏବେ ମୋବାଇଲରେ କମ୍ ସ୍ପେସ୍ରେ ଏହି ମେସେଞ୍ଜର ଆପ୍ କୁ ଇନଷ୍ଟଲ କରିହେବ । ତେବେ ଉଭୟ ଆଣ୍ଡ୍ରଏଡ୍ ଓ ଆଇଫୋନ ୟୁଜର୍ସ ନୂଆ ମେସେଞ୍ଜର ଆପ୍ କୁ ବ୍ୟବହାର କରିପାରିବେ ।