ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସାରା ବିଶ୍ୱରେ ଆତଙ୍କ ଖେଳାଇ ଥିବା କରୋନା ଭାଇରସ ପାଇଁ ସାରା ବିଶ୍ୱରେ ରାଷ୍ଟ୍ରିୟ ବିପ୍ପତି ଜାରି ହୋଇଛି ।
ପ୍ରାୟ ୩୦୦୦ରୁ ଅଧିକ ଜୀବନ ନେଇ ସାରିଲାଣି ଏଇ ମାରାତ୍ମକ ଭୂତାଣୁ । କରୋନା ଠାରୁ ରକ୍ଷା ପାଇବା ପାଇଁ ବହୁ ଆଡଭାଇଜରି ମଧ୍ୟ ଜାରି କରାଯାଉଛି । ଏତେ ସତ୍ତେ୍ୱ କରୋନା ୭୦ରୁ ଅଧିକ ଦେଶରେ ନିଜ କାୟା ମେଲାଇ ଚାଲିଛି ।
ସମଗ୍ର ବିଶ୍ୱ ଏବେ ଏହି କରୋନା ଭାଇରସ ପାଇଁ ଚିନ୍ତାରେ ରହିଛି । ତେବେ ଆସନ୍ତା ୧୦ରେ ଭାରତରେ ହୋଲି ପର୍ବ ପଳନ ହେବାକୁ ଯାଉଛି । ପୁରା ବିଶ୍ୱ ଖାସ୍ କରି ଚାଇନା ବର୍ତ୍ତମାନ ସମୟରେ କଠିନ ପରିସ୍ଥିତି ଦେଇ ଗତି କରୁଥିବାରୁ ସହାନଭୂତି ଦର୍ଶାଇ, ପ୍ରଧାନମନ୍ତ୍ରୀ ମୋଦୀ ଏବର୍ଷ ହୋଲି ପାଳନ କରିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି ।
ଏପର୍ଯ୍ୟନ୍ତ ଭାରତରେ ୨୧ଜଣ ଏହି କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ସାରିଲେଣି । ଏହାକୁ କିପରି ରୋକା ଯାଇ ପାରିବ ସେ ନେଇ ଭାରତର ବିଶିଷ୍ଟ ଡାକ୍ତରୀ ଦଳ ଯଥା ସମ୍ଭବ ପ୍ରୟାସ କରୁଛନ୍ତି ।
ଅନ୍ୟପଟେ ମୋଦୀ ହୋଲି ପାଳିବେ ନାହିଁ ବୋଲି ନିଜେ ଟ୍ୱିଟ୍ କରି ଜଣାଇଛନ୍ତି ।
Experts across the world have advised to reduce mass gatherings to avoid the spread of COVID-19 Novel Coronavirus. Hence, this year I have decided not to participate in any Holi Milan programme.
— Narendra Modi (@narendramodi) March 4, 2020