ନୂୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ଦେବା-ଦେବୀଙ୍କୁ ଆରଧନା କରିବାର ଖୁବ୍ ମହତ୍ୱ ରହିଛି । ସମସ୍ତ ଦେବା-ଦେବୀଙ୍କ ମଧ୍ୟରୁ ସୂର୍ଯ୍ୟଦେବଙ୍କୁ ଆରାଧ୍ୟ ଦେବତା ବୋଲି କୁହାଯାଇଥାଏ । ସୃଷ୍ଟିର ସଂଚାଳନରେ ସୂର୍ଯ୍ୟ ଦେବଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ପ୍ରକୃତରେ ସୂର୍ଯଦେବଙ୍କ ବିନା ସୃଷ୍ଟିରେ ଜୀବନ କାଟିବା ଅସମ୍ଭବ । ମାନ୍ୟତା ଅନୁସାରେ ସୂର୍ଯ୍ୟଦେବଙ୍କୁ ପୂଜା କରିବା ହିତକର ହୋଇଥାଏ ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି କୌଣସି ବ୍ୟକ୍ତିଙ୍କ ଜାତକରେ ସୂର୍ଯ୍ୟଦେବଙ୍କ କୃପା ଲାଭ ଥାଏ ତେବେ ସେହି ବ୍ୟକ୍ତିଙ୍କର ସମସ୍ତ ଦୁଃଖ ଦୂର ହୋଇଥାଏ । ଯେଉଁଭଳି ଭାବେ ସଂସାରର ଅନ୍ଧକାରକୁ ଦୂର କରିଥାନ୍ତି , ଠିକ୍ ସେହିପରି ମଣିଷ ଜୀବନର ଦୁଃଖର ଅନ୍ଧାରକୁ ବିନାଶ କରିଥାନ୍ତି ସୂର୍ଯ୍ୟଦେବ ।
ଆପଣମାନେ ନିଶ୍ଚିତ ରୂପେ ଶୁଣିଥିବେ ବା ଜାଣିଥିବେ କି ସକାଳୁ ଶୀଘ୍ର ଉଠି ସୂର୍ଯ୍ୟଦେବଙ୍କୁ ଆରଧନା କରିବା ଦ୍ୱାରା କେବଳ ପୂଣ୍ୟ ପ୍ରାପ୍ତି ହୋଇଥାଏ, ତାହାନୁହେଁ ବରଂ ସୂର୍ଯ୍ୟଙ୍କର ପ୍ରଥମ କିରଣକୁ ନିଜ ଆଖିରେ ଦେଖିବା ଦ୍ୱାରା ଦୃଷ୍ଟି ଶକ୍ତି ବଢିଥାଏ । ତେବେ ଆଜି ଆମେ ଆପଣଙ୍କୁ ସୂର୍ଯ୍ୟ ଉପାସନା କିଛି ଉପାୟ ବିଷୟରେ କହିବାକୁ ଯାଉଛୁ । ଏହାକୁ ଆପଣାଇବା ଦ୍ୱାରା ସୂର୍ଯ୍ୟଦେବଙ୍କ କୃପା ଲାଭ ହୋଇଥାଏ ।
ସକାଳୁ ଶୀଘ୍ର ଉଠି ସ୍ନାନ କରନ୍ତୁ ଏବଂ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ଧ୍ୟାନ ରଖିଥିବେ କି ସୂର୍ଯ୍ୟ ଅର୍ପଣ କରିଥିବା ପାଣି ଯେପରି ଚଟାଣରେ ନପଡେ । ସେହି ଜଳକୁ ଏକ ପାତ୍ରରେ ରଖନ୍ତୁ ଏବଂ ସେହି ଜଳକୁ ତିନି ଥର ପରିକ୍ରମା କରନ୍ତୁ । ପରିକ୍ରମା କରୁଥିବା ସମୟରେ ସେହି ଜଳକୁ ନିଜ ଉପରେ ଛିଞ୍ଚନ୍ତୁ ।
ସେହିପରି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ କିଛି ମନ୍ତ୍ର ଜପିବା ନିହାତି ଆବଶ୍ୟକ । ମନ୍ତ୍ର ଜପ ନକଲେ ଭଗବାନଙ୍କ କୃପା ଲାଭ ହୋଇନଥାଏ । ସେଥିପାଇଁ ‘ଓଁ ଏହି ସୂର୍ଯ୍ୟ ସହସ୍ତ୍ର୍ରାଂଶୋଂ ତେଜୋରାଶେ ଜଗତପତୟେ, ଅନୁକମ୍ପୟେ ମାମ୍ ଭକ୍ତ୍ୟା ଗୃହନାଗ୍ରହ ଦିବାକରଃ’ ଏହି ମନ୍ତ୍ରକୁ ୧୧ ଥର ଜପ କରି ସୂର୍ଯ୍ୟଙ୍କୁ ପାଣି ଚଢାନ୍ତୁ ।
ଏହାବ୍ୟତିତ ଆଉ ଏକ ମନ୍ତ୍ର ‘ଓଁ ହିଂ ହିଂ ସୂର୍ଯ୍ୟାୟ ସହସ୍ତ୍ର୍ରକିରଣାୟ, ମନୋବାଂଛିତ ଫଲଂ ଦେହିଃ ଦେହିଃ ସ୍ୱାହା’ କୁ ଆପଣ ନିୟମିତ ଜପନ୍ତୁ । ଏହି ମନ୍ତ୍ରକୁ ନିୟମିତ ଜପିବା ଦ୍ୱାରା ଘର ସୁଖ ଓ ଶାନ୍ତିରେ ଭରପୁର ହୋଇ ରହିବା ସହିତ କୌଣସି ଆର୍ଥିକ ଅନଟନ ଦେଖାଦେବ ନାହିଁ ।