ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗୁରୁବାର ହେଉଛି ବୃହଷ୍ପତି ଦେବତାଙ୍କ ଦିନ । ଏହିଦିନ ବୃହଷ୍ପତି ଦେବତାଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ବହୁତ ଶୀଘ୍ର ବିବାହ ଯୋଗ ଫିଟିଥାଏ ଏବଂ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । ସେଥିପାଇଁ ପ୍ରତ୍ୟେକ ଗୁରୁବାର ଦିନ ଗୁରୁବାର ଉପାୟ କରନ୍ତୁ । ଏହି ଉପାୟ କରିବା ଦ୍ୱାରା ସମସ୍ତ କାମନା ପୁରଣ ହୋଇଥାଏ ।
ଗୁରୁବାର ଦିନ କଦଳୀ ଗଛକୁ ପୂଜା କରିବା ଦ୍ୱାରା ଜୀବନରେ ସମସ୍ତ ସମସ୍ୟା ଦୂର ହୋଇଥାଏ । ଗୁରୁବାର ଦିନ କଦଳୀ ଗଛ ମୂଳେ ଜଳ ଅର୍ପଣ କରନ୍ତୁ । ଜଳ ଅର୍ପଣ କରିବା ପରେ ହଳଦୀ ଏବଂ ହଳଦିଆ ଡାଲି ଚଢାନ୍ତୁ । ଏହାପରେ କଦଳୀ ଗଛରେ ଏକ ସୂତା ବାନ୍ଧି, ଏକ ଘିଅ ଦୀପ ଜଳାନ୍ତୁ ଏବଂ ବୃହଷ୍ପତି ଦେବତାଙ୍କ କଥା ପଢନ୍ତୁ ।
ଗୁରୁବାର ଦିନ ଗରିବ ଲୋକଙ୍କୁ କଦଳୀ ଦାନ କରନ୍ତୁ । ଏହାଦ୍ୱାରା ଜୀବନରେ ଥିବା ମମସ୍ତ ବାଧା ଦୂର ହୋଇଥାଏ । ଗୋଟେ କଥା ଧ୍ୟାନ ରଖିଥିବେ କି ଏହିଦିନ କଦଳୀ ସେବନ କରିବା ଉଚିତ୍ ନୁହେଁ । କାରଣ ଏହି ଦିନ କଦଳୀ ଗଛକୁ ପୂଜା କରିବାର ବିଧି ରହିଛି ।
ଯେଉଁ ବ୍ୟକ୍ତି ଶୀଘ୍ର ବିବାହ କରିବାକୁ ଚାହୁଁଛନ୍ତି, ସେମାନେ ଗୁରୁବାର ଦିନ ହଳଦିଆ ରଙ୍ଗର ଭୋଜନ କରନ୍ତୁ । ଏହାବ୍ୟତିତ ଏହିଦିନ ହଳଦୀ ପାଣିରେ ସ୍ନାନ କରନ୍ତୁ ଏବଂ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ । ସେହିପରି ଆପଣ ମଥାରେ ହଳଦିଆ ରଙ୍ଗର ତିଳକ ଲଗାଇ ପାରିବେ ।
ଧନ ଲାଭ ପାଇଁ ବ୍ୟବସାୟ ସ୍ଥଳରେ ଏକ ହଳଦୀ ମାଳ ଟାଙ୍ଗି ଦିଅନ୍ତୁ । ଏଭଳି କରିବା ଦ୍ୱାରା ବ୍ୟବସାୟରେ ଉନ୍ନତି ହେବ । ସର୍ବଦା ଧନ ବଳବତ୍ତର ରହିବା ଲାଗି ଗୁରୁବାର ଦିନ ଲକ୍ଷ୍ମୀ ନାରାୟଣଙ୍କ ପୂଜା କରନ୍ତୁ ଏବଂ ଲଡ୍ଡୁ ଭୋଗ ଲଗାନ୍ତୁ । ଏହାବ୍ୟତିତ ଗରିବ ଲୋକଙ୍କୁ ହଳଦିଆ ବସ୍ତ୍ର ଦାନ କରନ୍ତୁ । ଏହି ଉପାୟ କରିବା ସହିତ ଗୁରୁବାର ଦିନ ଆପଣଙ୍କ ଆଲମିରାରେ ଏକ ଖଣ୍ଡ ହଳଦୀ ରଖି ଦିଅନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ଆଲମିରା କେବେ ଖାଲି ହେବ ନାହିଁ ।
ଚାକିରୀ କ୍ଷେତ୍ରରେ ସଫଳତା ପାଇବା ପାଇଁ ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ଏବଂ ବସ୍ତୁ ଦାନ କରନ୍ତୁ । ଏହାସହିତ ଗରିବ ଲୋକଙ୍କୁ ହଳଦିଆ ରଙ୍ଗର ହାଲୱା ଖାଇବାକୁ ଦିଅନ୍ତୁ । ଏହି ଉପାୟ ଲଗାତର ପାଞ୍ଚ ଗୁରୁବାର କରନ୍ତୁ ।
ଗୁରୁବାର ଦିନ ଆପଣ ଲୁଗା ସଫା କରନ୍ତୁ ନାହିଁ କି କେଶ ସଫା କରନ୍ତୁ ନାହିଁ ।