ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଏଣିକି ଏନଡିଆରଏଫରେ ନିୟୋଜିତ ହେବେ ମହିଳା ଯବାନ । ବିଶ୍ୱ ମହିଳା ଦିବସରେ ଏଭଳି ସୂଚନା ଦେଇଛନ୍ତି ଏନଡିଆରଏଫ ଡିଜି ସତ୍ୟନାରାୟଣ ପ୍ରଧାନ ।
ଏହି ଅବସରରେ ସେ କହିଛନ୍ତି ଯେ, ଏଣିକି ପ୍ରତି ବାଟାଲିୟରେ ଗୋଟିଏ ଲେଖାଏଁ ମହିଳା ୟୁନିଟ ରହିବ । ପ୍ରତି ୟୁନିଟରେ ୧୩୨ ଜଣ ମହିଳା ଯବାନ ଓ ଅଫିସର ରହିବେ ବୋଲି ଡିଜି ସତ୍ୟନାରାୟଣ ପ୍ରଧାନ କହିଛନ୍ତି ।