ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅଧିକ ମାତ୍ରାରେ ଟମାଟର ସେବନ କରିବା ଦ୍ୱାରା ଯକୃତ କର୍କଟ ହେବାର ଆଶଙ୍କା କମ୍ ହୋଇଥାଏ । ନିକଟରେ ହୋଇଥିବା ଏକ ଗବେଷଣା ମୁତାବକ, ଅଧିକ ମାତ୍ରାରେ ଟମାଟର ସେବନ କରିବା ଦ୍ୱାରା ଯକୃତ କର୍କଟ ରୋଗର ବିପଦ ଟଳି ଥାଏ । ଟମାଟରରେ ଲାଇକୋପିନ୍ ନାମକ ଆଣ୍ଟିଅକ୍ସିଡେଣ୍ଟ, ଆଣ୍ଟିଇଂଫ୍ଲାମେଟ୍ରି ଏବଂ କର୍କଟକୁ ନଷ୍ଟ କରିବା ଗୁଣ ରହିଛି । ଏହାଦ୍ୱାରା ଯକୃତ ଫୁଲିବା, କର୍କଟ ହେବାର ବିପଦ ଏବଂ ଅନ୍ୟ ସମସ୍ୟା ଦୂର ହୋଇଥାଏ ।
କଞ୍ଚା ଟମାଟର ସମେତ ଟମାଟର ସସ୍, କେଚଅପ୍ ଏବଂ ଟମାଟରରେ ତିଆର ଖାଦ୍ୟରେ ବି ଲାଇକୋପିନ୍ ଭରପୁର ମାତ୍ରାରେ ମିଳିଥାଏ । ଏହାସହିତ ଯକୃତ କର୍କଟରୁ ରକ୍ଷା ପାଇଁ ଟମାଟର ପାଉଡର ଭଲ କାମ କରିଥାଏ । କଞ୍ଚା ଟମାଟରରୁ ଭିଟାମିନ୍ ଇ, ଭିଟାମିନ୍ ସି, ଫୋଲେଟ, ମିନେରାଲ୍ସ, ଫିନୋଲିକ୍ କମ୍ପାଉଣ୍ଡ ଏବଂ ଡ୍ରାଏଟ୍ରି ଫାଇବର ମିଳିଥାଏ ।
ଟମାଟର ବ୍ୟତିତ ପିଜୁଳି, ତରଭୁଜ, ଅମୃତଭଣ୍ଡା ରେ ବି ଲାଇକୋପିନ୍ ରହିଛି । କିନ୍ତୁ ଟାମାଟର ମୁକାବିଲାରେ ଏହି ସମସ୍ତ ଜିିନିଷରେ ଲାଇକୋପିନ୍ ମାତ୍ରା କମ୍ ରହିଛି । ଲାଇକୋପିନ୍ ଭରପୁର ଟମାଟର ସେବନ କରିବା ଦ୍ୱାରା ହୃଦରୋଗ , ଅଷ୍ଟ୍ରିୟପୋରୋସିସ୍, ମଧୁମେୟ, ଫୁସଫୁସ୍ , ସ୍ତନ ଏବଂ ପେଟ ଆଦି କର୍କଟ ର ବିପଦ କମ୍ ଥାଏ ।