ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗତ ବର୍ଷ ଫେବୃଆରୀ ୧୪ରେ ପୁଲୱାମାରେ ହୋଇଥିବା ଆତ୍ମଘାତୀ ବିଷ୍ଫୋରଣ ସମଗ୍ର ଭାରତକୁ ସ୍ତବ୍ଧ କରିଦେଇଥିଲା । ଏହି ଆତ୍ମଘାତୀ ବିଷ୍ଫୋରଣରେ ଭାରତର ୪୪ବୀର ଯବାନ ସହିଦ ହୋଇଥିଲେ ।
ତେବେ ୧୦୧୯ରେ ହୋଇଥିବା ଏହି ବିଷ୍ଫୋରଣ ବିଷୟରେ ଏବେ ବଡ ଖୁଲାସା ହୋଇଛି । ପୁଲୱାମା ହମଲା ପାଇଁ ବ୍ୟବହୃତ ହୋଇଥିବା ଆଇଡି ବୋମା ତିଆରି ପାଇଁ ଅନଲାଇନ ସପିଙ୍ଗ ସାଇଟ୍ ‘ଆମାଜୋନ’ରୁ ବିଷ୍ଫୋରକ କେମିକାଲ କିଣାଯାଇଥିଲା ।
ନିକଟରେ ଭାରତୀୟ ସେନା ପୁଲୱାମା ଆଟାକ୍ ରେ ସଂପୃକ୍ତ ଥିବା ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ତଥ୍ୟ ଅନୁଯାଇ ପୁଲୱାମା ଆଟାକ୍ ପାଇଁ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ବହୁ ପୂର୍ବରୁ ପ୍ରସ୍ତୁତି ଚଳାଇଥିଲା । ଏବଂ ଏହି ବିଷ୍ଫୋରଣ ପାଇଁ ବିଷ୍ଫୋରକ ତିଆରି କରିବା ପାଇଁ ‘ଆମାଜୋନ’ରୁ କେମିକାଲ ଅର୍ଡର କରାଯାଇଥିଲା ।
ଆଇଡି ତିଆରି କରିବା ପାଇଁ କେବଳ କେମିକାଲ ନୁହେଁ ବ୍ୟାଟେରି ଓ ଅନ୍ୟ ଜରୁରୀ ଜିନିଷ ଆମାଜୋନରୁ ମଗାଯାଇଥିଲା । ଏହି ସବୁ ସାମଗ୍ରୀ ଅର୍ଡର କରିବା ପାଇଁ ସ୍ୱତନ୍ତ୍ର ଭାବରେ ଦୁଇଜଣ ଆତଙ୍କବାଦୀଙ୍କୁ ଦାୟିତ୍ୱ ଦିଆଯାଇଥିଲା ।