ଜଳେଶ୍ୱର (ଏଟିଆର ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ରଣସିଂହ ଗାଁରେ ଘଟିଛି ଅଭାବନୀୟ ଘଟଣା । ଚା’ ପିଇବା ହେଲା କାଳ । ଆଜି ସକାଳୁ ବିଶାକ୍ତ ଚାହା ପିଇ ୧୫ଜଣ ଗୁରୁତ୍ୱର ହୋଇଛନ୍ତି । ସୂଚନାନୁଯାୟୀ, ରଣସିଂହପୁର ଗାଁରେ ଏକ ବାହାଘର ଭୋଜିଥିଲା । ଭୋଜିରେ ଯୋଗ ଦେବା ପାଇଁ ଆସିଥିବା ଲୋକଙ୍କୁ ସକାଳୁ ଚାହା ପିଇବାକୁ ଦିଆଯାଇଥିଲା । ତେବେ ଚାହା ପ୍ରସ୍ତୁତ କରୁଥିବା ବ୍ୟକ୍ତି ଜଣଙ୍କ ଅଜାଣତରେ ଚାହା ପତି ବଦଳରେ କୀଟନାଶକ ପକାଇ ଦେଇଥିଲେ ।
ଯାହାକୁ ପିଇବା ଫଳରେ ୧୫ରୁ ଉର୍ଦ୍ଧ ଲୋକ ଗୁରୁତ୍ୱର ହୋଇପଡିଥିଲେ । ଗୁରୁତ୍ୱର ହୋଇପଡିଥିବା ବ୍ୟକ୍ତିମାନଙ୍କୁ ପ୍ରଥମେ ଶ୍ରଦ୍ଧାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ପରେ ୧୧ଜରଙ୍କର ଅବସ୍ଥା ଅଧିକ ଗୁରୁତ୍ୱର ହେବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅସୁସ୍ଥ ଥିବା ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ ଜଣାପଡିଛି ।