ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶରୀରର କେନ୍ଦ୍ରବିନ୍ଦୁ କୁହାଯାଉଥିବା ନାଭିରେ ସମସ୍ତ ଶୀରା ପ୍ରଶୀର।। ସଂଯୋଗ ରହିଛି । ଯେଉଁଥି ପାଇଁ ନାଭି ଦ୍ୱାରା ଶରୀରର ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରାଯାଇ ପାରିବ । ପାରମ୍ପରିକ ଚିକିତ୍ସା ଅନୁଯାୟୀ ନାଭିରେ ତେଲ ମାଲିସ କରିବା ଦ୍ୱାରା ସୁସ୍ଥ ଏବଂ ନରୋଗୀ ହୋଇପାରିବେ । ସେହିପାଇଁ ଆପଣ ତୁଳାରେ ତେଲ ପକାଇ ନାଭିରେ ରଖିପାରିବେ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛି କି ନାଭିରେ କେଉଁ ତେଲ ଲଗାଇବା ଦ୍ୱାରା କେଉଁ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇପାରିବ । ତେବେ ଆସନ୍ତୁ ଜାଣିବା…..
ସାଧାରଣତଃ ଅନେକ ବ୍ୟକ୍ତି ନଡିଆ ତେଲ ବ୍ୟବହାର କରିଥାନ୍ତି । କେହି କେହି ଏହି ତେଲକୁ କେଶରେ ଲଗାଇବାରେ ବ୍ୟବହାର କରିଥାନ୍ତି ତ ପୁଣି କେହି କେହି ଏହି ତେଲକୁ ଭୋଜନରେ ବ୍ୟବହାର କରିଥାନ୍ତି । କିନ୍ତୁ ଯଦି ଆପଣ ଏହି ନଡିଆ ତେଲର ୩ ରୁ ୭ ବୁନ୍ଦା ନାଭିରେ ଲଗାଇବେ ତେବେ ଏହାଦ୍ୱାରା ପ୍ରଜନନ କ୍ଷମତା ବୃଦ୍ଧି ହୋଇଥାଏ । ଏହାସହିତ ଦୁର୍ବତଳା ଏବଂ କେଶର ରଖାପଣ ସମେତ ଆଖିର ଶୁଖିଲାପଣ ସମସ୍ୟା ବି ଦୂର ହୋଇଥାଏ ।
ସେ ଖରାଦିନ ହେଉ ଅବା ଶୀତ ଦିନ କିଛି ଲୋକ ଅଛନ୍ତି, ଯାହାଙ୍କର ସବୁବେେଳେ ଓଠ ଫାଟିବା ସମସ୍ୟା ଉପୁଜି ଥାଏ । ଯଦି ଆପଣ ବି ଫଟା ଓଠରୁ ଛୁଟ୍ କାରା ପାଇବାକୁ ଚାହୁଁଛନ୍ତି ତେବେ , ନିୟମିତ ଆପଣଙ୍କ ନାଭିରେ ସୋରିଶ ତେଲ ଲଗାନ୍ତୁ । ଏଭଳି କରିବା ଦ୍ୱାରା ଶରୀରର ଶୁଖିଲାପଣ ସମସ୍ୟା ଦୂର ହେବ ।
ଆଜିକାଲିର ଅନେକ ବ୍ୟକ୍ତି ମୋଟାପଣର ଶିକାର ହୋଇଥିବା ଦେଖିବାକୁ ମିଳୁଛି । ଯଦି ଆପଣ ବି ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ନିୟମିତ ନାଭିରେ ଅଲିଭ୍ ତେଲ ଲଗାନ୍ତୁ । ଏଭଳି କରିବା ଦ୍ୱାରା ମୋଟାପଣ ଏବଂ ଆଣ୍ଠୁ-ଗଣ୍ଠି ଦରଜ ସମସ୍ୟା ଦୂର ହୋଇଥାଏ । ସେଥିପାଇଁ ରାତିରେ ଶୋଇବା ପୂର୍ବରୁ ନାଭିରେ ଅଲିଭ୍ ତେଲ ମାଲିସ କରି ଶୁଅନ୍ତୁ ।