ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ରାଜ୍ୟରେ ପାଗ ଶୁଖିଲା ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଝଡବର୍ଷା ହେବାର ସମ୍ଭାବନା ରହିଛି । ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନ ବଜ୍ରପାତ , ବର୍ଷା ଓ ଘନକୁହୁଡିର ଆସ୍ତର ଦେଖିବାକୁ ମିଳିବ । ତେବେ ଆଜି ୧୨ଟି ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମରାଠା ଠାରୁ ଦକ୍ଷିଣ ତାମିଲନାଡୁ ଯାଏଁ ସୃଷ୍ଟି ହୋଇଥିବା ଟ୍ରାପ ଲାଇନ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି ।
ଆଜି ଉତ୍ତର, ପଶ୍ଚିମ, ଓ ଉପକୂଳ ଓଡିଶାର ୧୨ଟି ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉପକୂଳ ଓଡ଼ିଶାରେ ଘଣ୍ଟାପ୍ରତି ୪୫ରୁ ୫୫ କି.ମି ବେଗରେ ପବନ ବହିବାର ଆଶଙ୍କା ରହିଛି । ସେହିଭଳି କେନ୍ଦୁଝର, ମୟୁରଭଞ୍ଜ, କନ୍ଧମାଳ, ଢେଙ୍କାନାଳ ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ତିନି ଦିନ ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୧୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ସମ୍ଭାବ୍ୟ ପରିସ୍ଥିତର ମୁକାବିଲା ପାଇଁ ସରକାରଙ୍କୁ ପରାମର୍ଶ ଦିଆଯାଇଛି ।