ଭୁବନେଶ୍ୱର (ଏଟିଆର ବ୍ୟୁରୋ): କୃଷ୍ଣଙ୍କ ମିତ୍ର ସୁଦାମା କୃଷ୍ଣଙ୍କ ପ୍ରତି ରାଧାରଙ୍କର କ୍ରୋଧପୂର୍ଣ୍ଣ ଶବ୍ଧକୁ ଶୁଣିବା ପରେ ଆବେଶ ହୋଇପଡିଲେ । ଏହାପରେ ସେ କୃଷ୍ଣଙ୍କ ପକ୍ଷ ନେଇ ରାଧାଙ୍କୁ ଆବେଶପୂର୍ଣ୍ଣ ଶବ୍ଧରେ କଥା ବର୍ତ୍ତା କରିବାକୁ ଲାଗିଲେ । ସୁଦାମାଙ୍କର ଏଭଳି ବ୍ୟବହାର ଦେଖି ରାଧା ରାଗିଯିବା ସହିତ ସୁଦାମାଙ୍କୁ ଦାନବ ରୂପେ ଜନ୍ମ ନେବାର ଅଭିଶାପ ଦେଇଥିଲେ । ସେହିପରି ରାଧାଙ୍କ ଅଭିଶାପ ଅନୁଯାୟୀ ଶଙ୍ଖଚୁର ନାମକ ଦାନବ ହୋଇଥିଲେ ସୁଦାମା ।
ଶିବପୁରାଣରେ ବି ଦମ୍ଭ ପୁତ୍ର ଶଙ୍ଖଚୂର ବିଷୟରେ ବର୍ଣ୍ଣିତ ଅଛି । ସେ ନିଜ ବଳ ସାହାଯ୍ୟରେ ତିନି ଲୋକର ସ୍ୱାମୀ ହୋଇପାରିଥିଲେ । ଏହାସହିତ ସେ ସାଧୁ-ସନ୍ଥ ମାନଙ୍କୁ ହଇରାଣ କରିବାରେ ଲାଗିଥିଲେ । ଏହାକୁ ଦେଖି ଭଗବାନ ଶିବ ରାଗି ଯାଇ ଶଙ୍ଖଚୂରର ବଧ କରିଥିଲେ । ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କର ଭକ୍ତ ଥିଲେ ଶଙ୍ଖଚୂର । ସେଥିପାଇଁ ଭଗବାନ ବିଷ୍ଣୁ ଶଙ୍ଖଚୂରର ହାଡରୁ ଶଙ୍ଖ ନିର୍ମାଣ କରିଥିଲେ । ସେବେଠାରୁ ବିଷ୍ଣୁ ଏବଂ ଅନ୍ୟ ଦେବା-ଦେବୀଙ୍କୁ ଶଙ୍ଖ ଦ୍ୱାରା ଜଳ ଅର୍ପଣ କରାଯାଇଥାଏ । କିନ୍ତୁ ଭଗବାନ ଶିବ ଶଙ୍ଖଚୁରର ବଧ କରିଥିବାରୁ ତାଙ୍କ ପୂଜାରେ ଶଙ୍ଖ ବ୍ୟବହାର କରାଯାଏ ନାହିଁ ।