କୋଣାର୍କ(ଏଟିଆର ବ୍ୟୁରୋ): କୋଣାର୍କ ମନ୍ଦିର ଉପରେ ଉଡିଲା ଦୁଇଟି ଡ୍ରୋନ କ୍ୟାମେରା । ଦୁଇଟି ଡ୍ରୋନ କ୍ୟାମେରା ସାହାଯ୍ୟରେ ମନ୍ଦିରର ଭିତର ଓ ବାହାର ପାଶ୍ୱର୍ର ଲେଜର ସ୍କାନିଂ କରାଯାଇଛି । ଏହି ଡ୍ରୋନ ଏଏସଆଇ ପକ୍ଷରୁ ଉଡାଯାଇଥିବାର ସୂଚନା ମିଳିଛି । ତେବେ କୋଣାର୍କ ମନ୍ଦିର ଭିତରେ ପଡିଥିବା ବାଲି ଧିରେ ଧିରେ ଦବିବାରେ ଲାଗିଛି । ଏହା ସହ ମନ୍ଦିରର କିଛି ସ୍ଥାନରେ ପଥର ଦୁର୍ବଳ ଥିବାର ପୂର୍ବରୁ ବିଶେଷଜ୍ଞ ମାନେ କହିଛନ୍ତି ।
ଏହାକୁ ନେଇ ଆଜି ସେନ୍ସ ଟେକ୍ନୋଲୋଜିର ୫ଜଣିଆ ଟିମ କୋଣାର୍କ ମନ୍ଦିର ଉପରେ ଦୁଇଟି ଡ୍ରୋନ କ୍ୟାମେରା ଉଡାଇଛନ୍ତି । ମନ୍ଦିର ପ୍ରତି ବିପଦ ରହିଛି କି, ମନ୍ଦିର ଭିତରେ ଥିବା ପଥର ଦୁର୍ବଳ ହେଲାଣି କି, ମନ୍ଦିର ଭିତରେ ଥିବା ବାଲି ଦବିବା କାରଣରୁ ମନ୍ଦିର ପ୍ରତି କିଛି ବପିଦ ରହିଛି କି ଏଭଳି ପ୍ରଶ୍ନର ଉତ୍ତର ୩-ଡି ଲେଜର ସ୍କାନ ମାଧ୍ୟମରେ ଜଣାପଡିବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି । ଲେଜର ସ୍କାନିଂ ଦ୍ୱାରା ମନ୍ଦିରର ପ୍ରକୃତ ସ୍ଥିତି ଜଣା ପଡିବ ବୋଲି ଅନୁମାନ କରାଯାଉଛି ।