ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁଧର୍ମର ପ୍ରସିଦ୍ଧ ଦେବୀ ହେଉଛନ୍ତି ମା’ ଶୀତଳା । ପୁରାତନ କାଳରୁ ଏହି ଦେବୀଙ୍କର ଖୁବ୍ ମହତ୍ୱ ରହିଛି । ତାଙ୍କ ଆଗମନରେ ଲୋକେ ଭୟବୀତ ହୋଇପଡନ୍ତି କାରଣ ରୋଗର ଦେବୀ ହେଉଛନ୍ତି ମା’ ଶୀତଳା । ମା’ଙ୍କ କୃପା ଲାଭ ପାଇଁ ପ୍ରତ୍ୟେକ ସ୍ଥାନରେ ମା’ଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ଏହି ଦେବୀଙ୍କର ବାହନ ହେଉଛନ୍ତି ଗଧ ଏବଂ ସେ ହାତରେ କଳଶ, ଝାଡୁ, ଏବଂ ଲିମ୍ବପତ୍ର ଧାରଣ କରିଥାନ୍ତି । ତାଙ୍କ କଳଶରେ ବିଷାଣୁ ବା ଶୀତଳ ସ୍ୱାସ୍ଥ୍ୟବର୍ଦ୍ଧକ ଏବଂ ରୋଗନାଶକ ଜଳ ରହିଥାଏ । ଯାହାଦ୍ୱାରା ସେ ବ୍ୟକ୍ତିଙ୍କ ରୋଗକୁ ନାଶ କରିଥାନ୍ତି ।
ମା’ ଶୀତଳାଙ୍କ କୋପ କଥା: କୁହାଯାଏ ଏକ ଗାଁର ଗ୍ରାମବାସୀମାନେ ଶୀତଳା ମାତାଙ୍କ ପୂଜାର୍ଚ୍ଚନା କରୁଥିରେ । ସେହି ଅବସରରେ ମା’ଙ୍କ ପ୍ରସାଦରେ ଗ୍ରାମବାସୀମାନେ ଗରମ ଭୋଜନ ଲାଗିକରିଥିଲେ । ଏହି ପ୍ରସାଦ ସେବନ କରି ଶୀତଳାଙ୍କ ପ୍ରତିମୂର୍ତ୍ତି ମା ଭବାନୀଙ୍କର ମୁହଁ ଜଳିଗଲା, ଏଥିରେ ମା’ ସମ୍ପୂର୍ଣ୍ଣ ରାଗିଯାଇ ପୂରା ଗାଁରେ ନିଆଁ ଲଗାଇ ଦେଇଥିଲେ । ମାତ୍ର ସେହି ଗାଁରେ କେବଳ ଜଣେ ବୁଢୀ ମା’ର ଘର ସୁରକ୍ଷିତ ରହିଯାଇଥିଲା । ଏହାପରେ ଗ୍ରାମବାସୀ ଯାଇ ସେହି ବୁଢୀ ମାଙ୍କୁ ତାଙ୍କ ଘର ନଜଳିବାର କାରଣ ପଚାରିବାରୁ ସେ କହିଥିଲେ କି, ସେ ରାତିରେ ଭୋଜନ ପ୍ରସ୍ତୁତ କରି ସକାଳୁ ମା’ଙ୍କଠାରେ ଥଣ୍ଡା ବା ବାସୀ ଭୋଗ ଲଗାଇଥାନ୍ତି । ଯେଉଁଥି ପାଇଁ ମା’ ପ୍ରସନ୍ନ ହୋଇ ତାଙ୍କ ଘରେ ନିଆଁ ଲଗାଇନଥିଲେ ।
ବୁଢୀ ମାର ଏହି କଥା ଶୁଣିବା ପରେ ଗ୍ରାମବାସୀମାନେ ମା’ଙ୍କଠାରେ କ୍ଷମା ପ୍ରର୍ଥନା କରିଥିଲେ ଏବଂ ରଙ୍ଗପଞ୍ଚମୀ ପରେ ପଡୁଥିବା ସପ୍ତମୀ ଦିନ ମାଙ୍କଠାରେ ବାସୀ ଭୋଜନ ଲଗାଇଥିଲେ ।